ମାଧୁରୀଙ୍କ ଚାଲେଞ୍ଜ

0

ମୁମ୍ବଇ : ବଲିଉଡର ଧକ୍‌ଧକ୍‌ ଗାର୍ଲ ଭାବେ ଜଣାଯାଉଥିବା ମାଧୁରୀ ଦୀକ୍ଷିତ ଇନଷ୍ଟାଗ୍ରାମ୍ ସୋସିଆଲ୍ ସାଇଟ୍‌ରେ ଖୁବ୍ ସକ୍ରିୟ। ଏଇ ନିକଟରେ ସେ ନିଜର ଏକ ପୁରୁଣା ଚଳଚ୍ଚିତ୍ରର ଫଟୋକୁ ସେଥିରେ ଅପଲୋଡ କରିବା ସହ ପ୍ରଶଂସକଙ୍କୁ ଉତ୍ସାହିତ କରିଛନ୍ତି ସେମାନଙ୍କ ମତାମତ ଦେବା ନିମନ୍ତେ। ଫଟୋରେ ସେ ଓ ବଲିଉଡର ସୁଲତାନ ସଲମାନ୍ ଖାନ୍୍ଙ୍କ ନୃତ୍ୟର ଦୃଶ୍ୟ ରହିଛି। ଫଟୋଟି ଚଳଚ୍ଚିତ୍ର ‘ଦିଲ୍ ତେରା ଆଶିକ୍‌’ର ହୋଇଥିବାବେଳେ ତାହା ୧୯୯୩ରେ ମୁକ୍ତିଲାଭ ହୋଇଥିଲା। ଅନ୍ୟତମ ହିଟ୍ ଯୋଡ଼ି ଭାବେ ଜଣାଯାଉଥିବା ସଲମାନ୍-ମାଧୁରୀଙ୍କ ବନ୍ଧୁତା ସମସ୍ତେ ଜାଣନ୍ତି। ଅନେକ ସାକ୍ଷାତକାର୍‌ରେ ମାଧୁରୀ ସ୍ପଷ୍ଟ ଭାବେ କହିସାରିଛନ୍ତି ସଲମାନ୍‌ଙ୍କ ବଦାନ୍ୟତା। ଏଇ ଫଟୋ ଅପଲୋଡ ପଛର ଏକ ରହସ୍ୟ ଥିବାର ବଲିଉଡ ତାରକାମାନେ କହୁଛନ୍ତି। ବୋଧହୁଏ, ସଲମାନ୍‌ଙ୍କ କୌଣସି ଚ୍ୟାଲେଞ୍ଜକୁ ପୂରା କରିବା ନିମନ୍ତେ ମାଧୁରୀ ଏଇ ପୁରୁଣା ଫଟୋ ଅପଲୋଡ କରିଥିବାର ଅନୁମାନ।

Leave A Reply