ମାଧବନ୍‌ଙ୍କ ଆତ୍ମସନ୍ତୋଷ

୧୯୯୭ରେ ଟେଲିଭିଜନରେ ପ୍ରସାରିତ ହେଉଥିବା ‘ସି ହକ୍’ ସିରିଏଲ୍ ଦର୍ଶକଙ୍କ ମନ ଜିଣିନେଇଥିଲା। ବିଭିନ୍ନ ଚରିତ୍ର ମଧ୍ୟରେ ଆର୍.ମାଧବନ୍‌ଙ୍କ କ୍ୟାପଟେନ୍ ଭୂମିକା ମଧ୍ୟ ବେଶ୍ ଆଦୃତ ହୋଇଥିଲା। ଏହା ପରେ ମାଧବନ୍ ଅନ୍ୟ କେତୋଟି କାର୍ଯ୍ୟକ୍ରମରେ ଅଭିନୟ କରି ପ୍ରଶଂସା ପାଇଥିଲେ। ପରବର୍ତ୍ତୀ ସମୟରେ ତାମିଲ ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କୁ ସୁଯୋଗ ମିଳିଥିଲା। ରୋମାଣ୍ଟିକ୍ ବୟ ଭାବେ କ୍ୟାରିୟର ଆରମ୍ଭ କରିଥିବା ମାଧବନ୍ ନିକଟରେ ଏକ ସାକ୍ଷାତକାର୍‌ରେ କହିଛନ୍ତି ଟେଲିଜଗତରୁ ସିନେଜଗତ ଆସିବା ପରେ ଅନେକ ଟାହିଟାପରା ଶୁଣିବାକୁ ପଡ଼ିଥିଲା। ହେଲେ ତାଙ୍କ ସଫଳତା ହିଁ ଅନ୍ୟମାନଙ୍କ ମୁହଁ ବନ୍ଦ କରିଦେଇଥିଲା। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ନିଶବ୍ଦମ୍’ ଓଟିଟିରେ ମୁକ୍ତିଲାଭ କରିବାକୁ ଯାଉଛି। ଏଇ ନୂଆ ଅଭିଜ୍ଞତାକୁ ନେଇ ମାଧବନ୍ ଖୁବ୍ ଖୁସି। ୨୦ ବର୍ଷର ସିନେ କ୍ୟାରିୟରରେ ସେ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ମୁକ୍ତିଲାଭର ଅନୁଭୂତିକୁ ସାଉଁଟିଛନ୍ତି। ପ୍ରଥମଥର ଓଟିଟିର ଅନୁଭୂତି ନେବେ ବୋଲି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଅଭିନେତା ମାଧବନ୍।

Comments are closed.