ଡେନ୍‍ମାର୍କରେ ପହଞ୍ଚିଲା ଜାତିସଂଘ ଶାନ୍ତିସେନା ପାଇଁ ଭାରତ ପଠାଇଥିବା ୨ ଲକ୍ଷ ଡୋଜ୍‍ କୋଭିଡ୍‍ ଟିକା

ନୂଆଦିଲ୍ଲୀ :  ଭାରତରେ ପ୍ରସ୍ତୁତ କୋଭିଡ୍‍ ପ୍ରତିଷେଧକ ଟିକାର ୨ ଲକ୍ଷ ଡୋଜ୍‍ ରବିବାର ଡେନ୍‍ମାର୍କରେ ପହଞ୍ଚିଛି। ଜାତିସଂଘ ଶାନ୍ତିସେନା କର୍ମଚାରୀଙ୍କୁ ଏହି ଟିକା ଦିଆଯିବ। ଶାନ୍ତିସେନାର ଉପମହାସଚିବ ଅତୁଲ୍‍ ଖାରେ ଭାରତ ପ୍ରତି କୃତଜ୍ଞତା ଜ୍ଞାପନ କରି କହିଛନ୍ତି, ଶାନ୍ତିସେନା କର୍ମଚାରୀଙ୍କ ପାଇଁ ଭାରତର ଏଭଳି ସହାୟତା ସେମାନଙ୍କ ଜୀବନକୁ ସୁରକ୍ଷା ଦେବା ସହ ମନୋବଳ ବୃଦ୍ଧି କରିବ।  ଜାତିସଂଘ ଶାନ୍ତିସେନା ଯେଉଁଭଳି କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି, ଏହି ଟିକାଦ୍ୱାରା ସେମାନଙ୍କୁ ପରିସ୍ଥିତିର ମୁକାବିଲା କରିବା ଦିଗରେ ଅତ୍ୟନ୍ତ ସହାୟକ ହେବ ବୋଲି ଉପମହାସଚିବ କହିଛନ୍ତି।

Comments are closed.