ଚୀନ ସାମଗ୍ରୀ ଆମଦାନୀ ହ୍ରାସ ପ୍ରସ୍ତୁତି: ୫୦୦ରୁ ଅଧିକ ସାମଗ୍ରୀର ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ: ଚୀନରୁ ଭାରତକୁ ବିପୁଳ ସାମଗ୍ରୀ ଆମଦାନୀ ହୋଇଥାଏ । ଭାରତୀୟ ବ୍ୟବସାୟୀମାନେ ଚୀନରୁ ବର୍ଷକୁ ପ୍ରାୟ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସାମଗ୍ରୀ ଆମଦାନୀ କରିଥାଆନ୍ତି । ହଜାର ହଜାର ପ୍ରକାରର ସାମଗ୍ରୀ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ଏବେ ଭାରତ ସେନା ଉପରେ ସୋମବାର ରାତିରେ ଚୀନ୍ ଆକ୍ରମଣ ପରେ ଭାରତୀୟ ବ୍ୟବସାୟୀ ସଙ୍ଗଠନ ( କନଫେଡ଼େରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡ଼ର୍ସ ଅଥବା ସିଏଟି) ଚୀନରୁ ଆମଦାନୀ ହ୍ରାସ ନିମନ୍ତେ ନିଷ୍ପତ୍ତି ନେଇଛି । କ୍ୟାଟ୍ ମଙ୍ଗଳବାର ୫୦୦ରୁ ଅଧିକ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। କ୍ୟାଟ୍ ଅନ୍ତର୍ଗତ ୩୦୦୦ରୁ ଅଧିକ ଉତ୍ପାଦ ରହିଛି ଯାହା ଚୀନରେ ନିର୍ମିତ ହୋଇ ଭାରତକୁ ଆମଦାନୀ ହେଉଛି। ଏହା  ମଧ୍ୟରେ ରହିଛି   ଖେଳନା, ଫର୍ନିଂସିଙ୍ଗ, ଫ୍ୟାବିକ୍, ଟେକ୍ସଟାଇଲ୍, ବିଲ୍‌ଡର ହାର୍ଡଓ୍ଵେୟାର, ଫୁଟଓୟାର, ଗାରମେଣ୍ଟ, ରୋଷେଇ ସାମଗ୍ରୀ, ଲଗେଜ୍, ହ୍ୟାଣ୍ଡ ବ୍ୟାକ୍, କସ୍‌ମେଟିକ୍ସ, ଉପହାର ସାମଗ୍ରୀ, ବୈଦ୍ୟୁତିକ ଉପକରଣ, ଫ୍ୟାସନ ସାମଗ୍ରୀ, ଘଣ୍ଟା, ସୁନା ଓ ଅଳଙ୍କାର, ବସ୍ତ୍ର, ଷ୍ଟେସନାରୀ, କାଗଜ, ଘରୋଇ ବସ୍ତୁ, ଫଣ୍ଣିଂଚର, ଲାଇଟିଙ୍ଗ, ସ୍ଵାସ୍ଥ୍ୟ ଉପକରଣ, ପ୍ୟାକେଜିଙ୍ଗ ପ୍ରଡକ୍ଟ, ଅଟୋ ପାର୍ଟ୍ସ, ଚଷମା ଆଦି ସାମଗ୍ରୀ ।

Comments are closed.