‘ମାଡାମ୍‍ ଚିଫ୍‍ ମିନିଷ୍ଟର୍‍’: ଦମ୍‍ଦାର୍‍ ଭୂମିକାରେ ରିଚା, ଦେଖନ୍ତୁ ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ରିଚା ଚଡାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମାଡାମ୍‍ ଚିଫ୍‍ ମିନିଷ୍ଟର୍‍’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ରିଚାଙ୍କୁ ଏଥିରେ ଏକ ଦମ୍‍ଦାର୍‍ ଭୂମିକାରେ ଦେଖିବାକୁ ମିଳିଛି। ସୁଭାଷ କପୁରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ପୋଷ୍ଟର ମଙ୍ଗଳବାର ରିଲିଜ୍‍ ହୋଇଥିଲା, ଯେଉଁଥିରେ ରିଚା ତାଙ୍କ ହାତରେ ଗୋଟିଏ ଝାଡ଼ୁ ଧରିଥିବା ନଜର ଆସିଥିଲେ।

‘ମାଡାମ୍‍ ଚିଫ୍‍ ମିନିଷ୍ଟର୍‍’ ଅନେକ ସାମାଜିକ ଓ ରାଜନୈତିକ ଦିଗ ଉପରେ ଗୁରୁତ୍ୱାରୋପ କରିଛି। ରିଚାଙ୍କ ସହ ଏଥିରେ ସୌରଭ ଶୁକ୍ଲା ଏବଂ ମାନବ କୌଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଜାନୁଆରୀ ୨୨ରେ ପ୍ରେକ୍ଷାଳୟରେ ‘ମାଡାମ୍‍ ଚିଫ୍‍ ମିନିଷ୍ଟର୍‍’ ମୁକ୍ତିଲାଭ କରିବ।

Comments are closed.