ଥାନା ସମ୍ମୁଖରେ ମଦ ବିରୋଧୀ ଆନ୍ଦୋଳନ

0

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ପଂଚାୟତ ଚିରିକିପଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଥାନା ସମ୍ମୁଖରେ ମଦ ବିରୋଧୀ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ଚିରିକିପଡ଼ା ଗ୍ରାମରେ ମଦ ବିକ୍ରି ଯୋଗୁଁ ବିଭିନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ମହିଳାମାନେ ବାହାରକୁ ଯିବାକୁ ଅସୁରକ୍ଷିତ ମଣୁଛନ୍ତି । ତେଣୁ ଏନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶିବ ମନ୍ଦିରରେ ଏକତ୍ରିତ ହୋଇ ହାତରେ ମଦ ବିରୋଧୀ ପ୍ଲାକାର୍ଡ଼ ଧରି ସ୍ଲୋଗାନ୍ ଦେଇ ଗ୍ରାମ ପରିକ୍ରମା କରିଥିଲେ । ପରେ ବୁଗୁଡ଼ା ଥାନା ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆସାମାଜିକ ବ୍ୟକ୍ତିମାନେ ମଦ ବିକ୍ରି କରୁଥିବା ନେଇ ଅଭିଯୋଗ କରିଛନ୍ତି । ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

Leave A Reply