ସାଧାରଣତନ୍ତ୍ର ଦିବସରେ ମୋଦୀଙ୍କ ବିଶେଷ ‘ମନ୍‍ କୀ ବାତ୍‍’ ; ହିଂସା କୌଣସି ସମସ୍ୟାର ସମାଧାନର ପଥ ନୁହେଁ

ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆକାଶବାଣୀର ‘ମନ୍‍ କୀ ବାତ୍‍’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଦେଶବାସୀ ତଥା ବିଦେଶରେ ରହୁଥିବା ଭାରତୀୟ ଙ୍କୁ ଗଣତନ୍ତ୍ର ପର୍ବର ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି । ଆମେ କିଛି କରି ଦେଖାଇ ପାରିବା ‘ କ୍ୟାନ ଡୁ..’,ଏହା ଏବେ  ଏକ ସଂକଳ୍ପ ପାଲଟି ଯାଇଛି। ଏହାକୁ ଚଳିତ ବର୍ଷ ତଥା ଚଳିତ ଦଶନ୍ଧିର ପ୍ରଥମ ‘ମନ୍‍ କୀ ବାତ୍‍’ ବୋଲି ସେ ବର୍ଣ୍ଣନା କରିଛନ୍ତି । ଜଣେ ଗୋଟିଏ ପାଦ ଆଗେଇଲେ ସାରା ଦେଶ  ୧୩୦ କୋଟି ପାଦ ଆଗେଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେଣୁ ସେ ଆଗେଇ ଚାଲିବା ପାଇଁ ଆହ୍ବାନ ଦେଇଛନ୍ତି ।

ଜଳ ସଂରକ୍ଷଣ ପାଇଁ ଦେଶରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅନେକ ପୋଖରୀ ଖୋଳା ହୋଇଛି, ବଡ଼ କୂପର ପୁନଃରୁଦ୍ଧାର କରାଯାଉଛି।

ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଆସାମ ସରକାର ଓ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭୁବନେଶ୍ଵର- କଟକରେ ଆୟୋଜିତ ହେବାକୁଥିବା ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା କଥା କହିଲେ ମୋଦୀ।

ହିଂସା କୌଣସି ସମସ୍ୟାର ସମାଧାନର ପଥ ନୁହେଁ। ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସରକାର ସଂକଳ୍ପବଦ୍ଧ।

ପଦ୍ମ ସମ୍ମାନ ଏବେ ସାଧାରଣ ଲୋକଙ୍କ ପୁରସ୍କାର ପାଲଟିଯାଇଛି । ତେଣୁ ଯେଉଁମାନଙ୍କର ନାମ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଛି, ସେମାନଙ୍କ ଜୀବନର ଆସାଧାରଣ କାହାଣୀ ବିଷରେ ଜାଣିବା ପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହା ହେଉଛି ‘ମନ୍‍ କୀ ବାତ୍‍’ର ୬୧ତମ  ସଂସ୍କରଣ । ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ‘ମନ୍‍ କୀ ବାତ୍‍’ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ବେଳେ ପ୍ରସାରିତ ହୋଇଛି। ପୂର୍ବରୁ ସାଧାରଣତଃ ‘ମନ୍‍ କୀ ବାତ୍‍’ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରେ ପ୍ରସାରିତ ହୋଇଥାଏ।

Comments are closed.