MEllora 950×100

କ୍ଷୀର ପିଉଛନ୍ତି ଲକ୍ଷ୍ମୀଙ୍କ ପିତଳ ବିଗ୍ରହ… ସାମାଜିକ ଗଣମାଧ୍ୟମରେ ଭିଡିଓ ପ୍ରଘଟ

ହରଭଙ୍ଗା : ଆଜି ମାର୍ଗଶୀର ମାସର ମାଣବସା ଗୁରୁବାର। ସବୁ ଓଡିଆଙ୍କ ଘରେ ଘରେ ଆଜି ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଚାଲିଛି। ଏଭଳି ଏକ ପବିତ୍ର ଦିନରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତର ଲୋକାପଡା ଗ୍ରାମର ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରଘଟ (ଭାଇରାଲ) ହେଉଛି । ପ୍ରଘଟ ଭିଡିଓରୁ ଲୋକାପଡା ଗ୍ରାମର ପ୍ରଦୀପ ରାଜଙ୍କ ଘରେ ଲକ୍ଷ୍ମୀଙ୍କ ପିତଳ ବିଗ୍ରହ ଚାମଚରେ କ୍ଷୀର ପିଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ପରେ ସବୁଠି ଚର୍ଚ୍ଚା ଜୋର ଧରିଛି । ପ୍ରଦୀପଙ୍କ ଧର୍ମପନ୍ତ୍ରୀ ଗୀତାଞଳି ଏକ ଚାମଚରେ କ୍ଷୀର ଲକ୍ଷ୍ମୀଙ୍କୁ ପିଉଥିବାବେଳେ କିଛି ସମୟ ମଧ୍ୟରେ ଚାମଚରୁ କ୍ଷୀର ସରିଯାଉଥିବା ଘଟଣା ଯେ କେହି ଆଖିରେ ଦେଖିଲେ ହିଁ ବିଶ୍ୱାସ ହେଉଛି । ଲକ୍ଷ୍ମୀଙ୍କ ଛୋଟବଡ ସବୁ ବିଗ୍ରହ କ୍ଷୀର ପିଉଥିବା ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ଏଭଳି ଭିଡିଓ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଥିବା ବେଳେ ଏହାକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି ।

 

Comments are closed.