ଜାଣନ୍ତୁ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ କିଛି ସରଳ ଉପାୟ

ମା’ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ମା’ଙ୍କ କୃପାରୁ ଧନର ଅଭାବ ହୋଇ ନଥାଏ। ଘରେ ସର୍ବଦା ହସଖୁସିର ବାତାବରଣ ସହ ଘର ସୁଖସମୃଦ୍ଧିରେ ପରିପୂର୍ଣ୍ଣ ରହିଥାଏ। ତେବେ ଧନ ପ୍ରାପ୍ତି ପାଇଁ ଓ ସୁଖସମୃଦ୍ଧି ବୃଦ୍ଧି ପାଇଁ ପୂଜାପାଠ ସହ କିଛି ଉପାୟ ରହିଛି। ଜାଣନ୍ତୁ……
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟା ସମୟରେ ପୂଜା କରିବା ସମୟରେ ଦୀପ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।
ପ୍ରତ୍ୟେକ ପୂଜାର୍ଚ୍ଚନା ସମୟରେ କର୍ପୂର ଲଗାଇବାର ନିୟମ ରହିଛି। ପ୍ରତ୍ୟେକ ଦିନ ଘରେ କର୍ପୂର ଜଳାଇବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ମା’ଲକ୍ଷୀଙ୍କ କୃପା ପ୍ରାପ୍ତି ହୋଇଥାଏ।
ଦାନର ଖୁବ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ, ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବା ସହ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ଓ ଘରେ ଧନର ଅଭାବ ଦୂର ପାଇଁ ନିୟମିତ ଭାବେ ରୁଟି ପ୍ରସ୍ତୁତ କରିବା ପୂର୍ବରୁ ତାୱା ଉପରେ ଅଳ୍ପ କ୍ଷୀର ଛିଟା ପକାନ୍ତୁ। ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।
ପ୍ରତ୍ୟେକ ଗୁରୁବାର ତୁଳସୀଙ୍କ ନିକଟରେ କ୍ଷୀର ଅର୍ପଣ କରନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

 

 

Comments are closed.