ଆଜି ନବରାତ୍ରର ୪ର୍ଥ ଦିନ : ଦେବୀ ଦୁର୍ଗାଙ୍କ ସ୍ୱରୂପ ମା’କୁଷ୍ମାଣ୍ଡାଙ୍କ ପୂଜାର୍ଚ୍ଚନା ଓ ଆରାଧନାରେ ମିଳିଥାଏ ରୋଗରୁ ମୁକ୍ତି

ନବରାତ୍ରର ୪ର୍ଥ ଦିନ ମା’କୁଷ୍ମାଣ୍ଡାଙ୍କ ପୂଜା-ଆରାଧନା କରାଯାଏ। ନବରାତ୍ରରେ ଏହି ଦିନରେ ପ୍ରଥମେ କଳସର ପୂଜା କରାଯାଇ ମା’ କୁଷ୍ମାଣ୍ଡାଙ୍କୁ ପ୍ରଣାମ ଓ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ପୂଜାରେ ବସିବା ପାଇଁ ସବୁଜ ରଙ୍ଗର ଆସନର ପ୍ରୟୋଗ କରାଯିବା ଖୁବ ଶୁଭ।
ଦେବୀଙ୍କୁ ଲାଲ ବସ୍ତ୍ର, ଲାଲ ଫୁଲ, ଲାଲ ଚୁଡ଼ି ଅର୍ପଣ କରନ୍ତୁ। ମା’ଙ୍କୁ ଏହି ଦିନ ଶୁଦ୍ଧ ଜଳ, ଫୁଲ ଅର୍ପଣ କରନ୍ତୁ। ମା’ଙ୍କ ଆଶୀର୍ବାଦରୁ ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତ୍ତମ ଓ ସୁସ୍ଥ ରହିଥାଏ।
ଯଦି ଆପଣଙ୍କ ଘରେ କେହି ଅଧିକ ସମୟ ଯାଏଁ ରୋଗଗ୍ରସ୍ତ ହୋଇ ରହିଥିବେ, ତେବେ ଆଜି ମା’ଙ୍କ ପୂଜା ଦିନରେ ତାଙ୍କୁ ଶ୍ରଦ୍ଧା ପୂର୍ବକ ପ୍ରଣାମ ଜଣାଇ ଦୁଃଖ ଜଣାନ୍ତୁ। ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରନ୍ତୁ। ଶ୍ରଦ୍ଧାପୂର୍ବକ ମା’ଙ୍କୁ ଫୁଲ, ଧୂପ, ଦୀପ, ଭୋଗ ଅର୍ପଣ କରନ୍ତୁ।
ଏହାସହ ସଠିକ ନୀତି ନିୟମରେ ମା’ଙ୍କର ପୂଜା କରନ୍ତୁ।

Comments are closed.