ଷଷ୍ଠୀରେ ମା’ଙ୍କ କାତ୍ୟାୟନୀ ରୂପ; ଅନେକ ସମସ୍ୟାର ସମାଧାନ ସୂତ୍ର

ନବରାତ୍ରର ଷଷ୍ଠ ଦିନରେ  ମା’ଙ୍କର କାତ୍ୟାୟନୀ ରୂପକୁ ପୂଜା କରାଯାଏ। ଏହି ରୂପରେ ମା’ଙ୍କୁ ପୂଜା କରିବା କଲ୍ୟାଣକାରୀ ହୋଇଥାଏ। ଯେଉଁମାନଙ୍କର ବିବାହ ଜନିତ ସମସ୍ୟା ରହିଥାଏ, ସେମାନେ ମା’ଙ୍କର କାତ୍ୟାୟନୀ ରୂପକୁ ପୂଜା କରିବା ଉଚିତ୍‌। ଏହା ସହ ଯେଉଁମାନଙ୍କର ଦାମ୍ପତ୍ୟ ଜୀବନରେ ବିଭିନ୍ନ ସମସ୍ୟା ଲାଗି ରହିଥାଏ ସେମାନେ ମଧ୍ୟ ମା’ଙ୍କ ଏହି ରୂପକୁ ପୂଜା କରିବାଦ୍ବାରା ଶୁଭ ଫଳ ମିଳିଥାଏ। ଷଷ୍ଠଦିନରେ ମା’ଙ୍କୁ ମହୁ ଭୋଗ ଲଗାଇବା ଖୁବ୍‍ ଶୁଭଙ୍କର। ଏହାଦ୍ୱାରା ଜୀବନରେ ମଧୁରତା ଆସିଥାଏ ଏବଂ ମଣିଷର ଆକର୍ଷଣ ଶକ୍ତି ବଢେ ବୋଲି ବିଶ୍ୱାସ ରହିଛି।
କାତ୍ୟାୟନ ନାମକ ଜଣେ ଋଷିଙ୍କ ଘରେ ମା’ ଏହି ରୂପରେ ଜନ୍ମ ନେଇଥିବାରୁ, ଋଷିଙ୍କ ନାମ ଅନୁଯାୟୀ ମା’ଙ୍କ ନାମ କାତ୍ୟାୟନୀ ରହିଛି। ମା’ଙ୍କ ଗୋଟିଏ ହାତରେ ଖଣ୍ଡା ଏବଂ ଅନ୍ୟ ହାତରେ ପଦ୍ମଫୁଲ ରହିଥାଏ। ଅନ୍ୟ ଦୁଇ ହାତ ବରମୁଦ୍ରା ଏବଂ ଅଭୟମୁଦ୍ରାରେ ସୁଶୋଭିତ ହୋଇଥାଏ। ଏହି ରୂପରେ ଦେବୀଙ୍କ ବାହନ ସିଂହ ଥିବା ବେଳେ ମା’ଙ୍କୁ ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ କୁହାଯାଏ। ମାନ୍ୟତା ରହିଛି ଯେ, ଗୋପୀମାନେ କୃଷ୍ଣଙ୍କ ପ୍ରାପ୍ତି ପାଇଁ ମା’ଙ୍କୁ ଏହି ରୂପରେ ପୂଜା କରିଥିଲେ ।
ମା’ କାତ୍ୟାୟନୀଙ୍କ ଉପାସନାର ବିଧି
ହଳଦିଆ ବା ଲାଲ ରଙ୍ଗ ବସ୍ତ୍ର ଧାରଣ କରି ମା’ କାତ୍ୟାୟନୀଙ୍କୁ ପୂଜା କରିବା ଉଚିତ୍।
ମା’ କାତ୍ୟାୟନୀଙ୍କୁ ହଳଦିଆ ରଙ୍ଗର ଫୁଲ ଓ ନୈବେଦ୍ୟ ଅର୍ପଣ କରନ୍ତୁ।
ମା’ କାତ୍ୟାୟନୀଙ୍କ ମନ୍ତ୍ର ଜପ କରନ୍ତୁ।
ମା’ କାତ୍ୟାୟନୀଙ୍କ ପ୍ରିୟ ହେଉଛି ମହୁ । ମା’ଙ୍କୁ ମହୁ ଅର୍ପଣ କରିବା ଦ୍ବାରା ବିଶେ​‌ଷ ଲାଭ ମିଳିଥାଏ।
କୁହାଯାଏ, ମା’ଙ୍କୁ ମହୁ ଅର୍ପଣ କରିବା ଦ୍ବାରା ସୌନ୍ଦର୍ଯ୍ୟ ବୃଦ୍ଧିର ବରଦାନ ମିଳିଥାଏ।
ପୂଜାର ଲାଭ
ମା’ଙ୍କ ପୂଜା କରିବା ଦ୍ବାରା ମନ ଉପରେ ନିୟନ୍ତ୍ରଣ ରଖିବାର କ୍ଷମତା ମିଳିଥାଏ।
ଉକ୍ତକୁ ସବୁ ଚିନ୍ତା ଓ ଖରାପ ଅଭ୍ୟାସରୁ ମୁକ୍ତି ମିଳେ।
କନ୍ୟାଙ୍କ ଶୀଘ୍ର ବିବାହ ପାଇଁ ଦେବୀଙ୍କ ପୂଜା ଅତି ଉତ୍ତମ ବୋଲି ବିଶ୍ବାସ କରାଯାଏ।
ସୁଖମୟ ବୈବାହିକ ଜୀବନ ପାଇଁ ମା’ କାତ୍ୟାୟନୀଙ୍କ ପୂଜା ଫଳପ୍ରଦ ହୋଇଥାଏ।
ଜାତକରେ ବିବାହ ଯୋଗ ନଥିଲେ ମଧ୍ୟ ମା’ କତ୍ୟାୟନୀଙ୍କୁ ପୂଜା କରିବା ଦ୍ବାରା ବିବାହ ସମ୍ଭବ ହୋଇଥାଏ।

Comments are closed.