ନବରାତ୍ରର ସପ୍ତମ ଦିନ; ମା‘ କାଳରାତ୍ରିଙ୍କ ଉପାସନା ଦ୍ବାରା ବିନାଶ ହୁଏ ଶତ୍ରୁ

ନବରାତ୍ରର ସପ୍ତମ ଦିନରେ ମା‘ କାଳରାତ୍ରି ରୂପରେ ପୂଜା ପାଆନ୍ତି। ଏହି ରୂପରେ ମା’ଙ୍କ ରଙ୍ଗ କଳା ହୋଇଥିବା ବେଳେ ମା’ ତିନି ନେତ୍ରଧାରୀ ହୋଇଥାନ୍ତି। ଗଳାରେ ବିଦ୍ୟୁତ ଆଲୋକ ଭଳି ଏକ ଅଦ୍ଭୁତ ମାଳା ରହିଥାଏ। ମା’ଙ୍କ ହାତରେ ଖଣ୍ଡା ଓ କାଣ୍ଟା(କଣ୍ଟା ଭଳି ଥିବା ଉପକରଣ) ରହିଛି। ଏହି ରୂପରେ ମା’ଙ୍କ ବାହନ ହେଉଛି ଗଧ।
ବିଶ୍ୱାସ କରାଯାଏ, ଏହି ଦିନ ମା’ଙ୍କୁ ଗୁଡର ନୈବେଦ୍ୟ ଅର୍ପଣ କରିବା ପରେ ବ୍ରାହ୍ମଣଙ୍କୁ ଏହା ଦାନ କଲେ ଦୁଃଖ, ଶୋକ ଏବଂ ଆଗାମୀ ସଙ୍କଟରୁ ମୁକ୍ତି ମିଳେ। ଗୁଡ କିମ୍ବା ଏଥିରେ ପ୍ରସ୍ତୁତ ମିଷ୍ଟାନ୍ନ ଭୋଗ ଲଗାଇବା ସୌଭାଗ୍ୟ ପ୍ରାପ୍ତିର ଆଶୀର୍ବାଦ ମିଳେ।
ମା‘ କାଳରାତ୍ରିଙ୍କ ଉପାସନା ଦ୍ବାରା କି ଲାଭ ମିଳେ?
ଶତ୍ରୁ ଓ ବିରୋଧୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ମା‘ କାଳରାତ୍ରିଙ୍କ ଉପାସନା କରିବା ଅତ୍ୟନ୍ତ ଶୁଭ ।
ମା’ଙ୍କ ଉପାସନା ଦ୍ବାରା ଭୟ, ଦୁର୍ଘଟଣା ଏବଂ ରୋଗ ନାଶ ହୋଇଥାଏ।
ଏହା ଦ୍ବାରା ନକରାତ୍ମକ ଶକ୍ତି(ତନ୍ତ୍ରମନ୍ତ୍ର)ର ପ୍ରଭାବ ନଷ୍ଟ ହୋଇଥାଏ।
ଶନି ଗ୍ରହକୁ ନିୟନ୍ତ୍ରିତ କରିବା ପାଇଁ ମା’କାଳରାତ୍ରିଙ୍କୁ ପୂଜା କରାଯାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ରହିଛି।
ମା‘ କାଳରାତ୍ରିଙ୍କ କେଉଁ ଚକ୍ର ସହ ସମ୍ବନ୍ଧ ରହିଛି?
ମା‘ କାଳରାତ୍ରି କ୍ୟକ୍ତିର ସର୍ବୋଚ୍ଚ ଚକ୍ର ସହସ୍ତ୍ରାରକୁ ନିୟନ୍ତ୍ରିତ କରିଥାଏ।
ଏହି ଚକ୍ର ମଣିଷକୁ ଅତ୍ୟନ୍ତ ସାତ୍ତ୍ବିକ କରିଥାଏ ଏବଂ ଦେବତ୍ବ ପ୍ରାପ୍ତି ପର୍ଯ୍ୟନ୍ତ ନେଇ ଯାଇଥାଏ।
ଏହି ଚକ୍ର ପ୍ରାପ୍ତି ପରେ ବ୍ୟକ୍ତି ସ୍ବୟଂ ଇଶ୍ବର ସହ ସମାନ ହୋଇଯାଇଥାଏ।
ଏହି ଚକ୍ର ପାଇଁ କୌଣସି ମନ୍ତ୍ର ନାହିଁ।
ମା‘ କାଳରାତ୍ରିଙ୍କ ପୂଜା ବିଧି
ମା’ଙ୍କ ସମ୍ମୁଖରେ ଘିଅର ଦୀପ ଜଳାନ୍ତୁ।
ମା’ଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ ଏବଂ ଗୁଡ ଭୋଗ ଲାଗାନ୍ତୁ।
ମା’ଙ୍କ ମନ୍ତ୍ର ଜପ କରନ୍ତୁ ଏବଂ ସପ୍ତଶତୀ ପାଠ କରନ୍ତୁ।
ଭୋଗ ହୋଇଥିବା ଗୁଡର ଅଧା ଅଂଶ ପରିବାର ମଧ୍ୟରେ ବାଣ୍ଟି ଦିଅନ୍ତୁ ଏବଂ ବାକି ଅଂଶକୁ କୌଣସି ବ୍ରାହ୍ମଣକୁ ଦାନ କରନ୍ତୁ।
କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ଏବଂ ଅନ୍ୟକୁ କ୍ଷତି ପହଞ୍ଚାଇବା ଉର୍ଦେଶ୍ୟ ପୂଜା କରନ୍ତୁ ନାହିଁ।
ଶତ୍ରୁ ଓ ବିରୋଧୀଙ୍କୁ ଶାନ୍ତ କରିବା ପାଇଁ ଏପରି କରନ୍ତୁ ମା‘ କାଳରାତ୍ରିଙ୍କ ପୂଜା
ଧଳା ଓ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ରାତିରେ ମା‘ କାଳରାତ୍ରିଙ୍କ ପୂଜା କରନ୍ତୁ।
ମା’ଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ ଓ ଗୁଡ ଭୋଗ ଲଗାନ୍ତୁ।
ଏହା ପରେ ୧୦୮ ଥର ନବାର୍ଣ ମନ୍ତ୍ର ଜପ କରନ୍ତୁ।

Comments are closed.