ନବରାତ୍ରର ସପ୍ତମ ଦିନ ; ମା’ କାଳରାତ୍ରୀଙ୍କର କରାଯାଏ ପୂଜା-ଆରାଧନା

ନବରାତ୍ରର ସପ୍ତମ ଦିନ ଦେବୀ ଦୁର୍ଗାଙ୍କର ସପ୍ତମ ସ୍ୱରୂପ ମା’ କାଳରାତ୍ରୀଙ୍କର ପୂଜା-ଆରାଧନା କରାଯାଇଥାଏ। ମା’ଙ୍କର ଏହି ସ୍ୱରୂପର ପୂଜା କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ବ୍ୟକ୍ତିଙ୍କ ଶତ୍ରୁଙ୍କ ମଧ୍ୟ ନାଶ ହୋଇଥାଏ। ନବରାତ୍ରରର ସପ୍ତମ ଦିନରେ ମା’ଙ୍କ ସ୍ମରଣ କରିବା ଦ୍ୱାରା ନକରାତ୍ମକ ଶକ୍ତିର ନାଶ ହୋଇଥାଏ। ଜାଣନ୍ତୁ ମା’ଙ୍କ ପୂଜା ବିଷୟରେ। ମା’ଙ୍କ ଏହି ସ୍ୱରୂପ ଘନ ଅନ୍ଧକାର ସମାନ କଳାରଙ୍ଗ ଭଳି ହୋଇଥିବାରୁ ମା’ଙ୍କୁ କାଳରାତ୍ରୀ କୁହାଯାଏ। ମା’ ଦୁଃଖ ଓ ଖରାପ ସମୟକୁ ନାଶ କରିଥାଆନ୍ତି। ମା’ଙ୍କ ୩ଟି ନେତ୍ର, ମା’ଙ୍କ ସ୍ୱରୂପ ଭୟଙ୍କର ହେଲେ ମଧ୍ୟ ମା’ ଅତ୍ୟନ୍ତ ଦୟାଳୁ ଓ କୃପାଳୁ।
ମା’ଙ୍କୁ ଗୁଡ଼ ଭୋଗ ଖୁବ ପ୍ରିୟ। ମା’ଙ୍କୁ ଭୋଗ ଅର୍ପଣ ସହ ବ୍ରାହ୍ମଣଙ୍କୁ ଗୁଡ଼ ଦାନ କରିବା ଦ୍ୱାରା ବହୁ ସମସ୍ୟା ଦୂର ହୋଇଥାଏ। ଗୁଡ଼ ଭୋଗ କରିବା ସହ ପ୍ରସାଦ ଗୁଡ଼କୁ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
ମା’ଙ୍କୁ ମହାଯୋଗିନୀ, ମହାଯୋଗେଶ୍ୱରୀ ମଧ୍ୟ କୁହାଯାଏ। ମା’ଙ୍କ କୃପାରୁ ସଭିଁଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ। ରୋଗରୁ ମୁକ୍ତି ମିଳିଥାଏ।
ସମସ୍ତ ସଠିକ ନୀତି ନିୟମ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥାଏ।

Comments are closed.