‘ମା ଘର’ ଭୁବନେଶ୍ୱର ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥି ପାଳନ

0

ଭୁବନେଶ୍ୱର : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ମା ଘର ଫାଉଣ୍ଡେସନ ଭୁବନେଶ୍ୱର ତରଫରୁ ଏକ ପାର୍ଥନା ଓ ଆଲୋଚନା ସଭା ଭୁବନେଶ୍ୱର ସ୍ଥିତ ମହାତ୍ମାଗାନ୍ଧୀ ପାର୍କରେ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରେ ସମସ୍ତ ଅତିଥି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସଭାରେ ଅତିଥି ଭାବେ ଯୋଗ ଦେଇଥିବା ସତ୍ୟସାଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶାନ୍ତା ମିଶ୍ର ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମ କାହାଣୀ ଯୁବପୀଢିଙ୍କୁ କହିଥିଲେ। ମା ଘର ଅଧ୍ୟକ୍ଷା ସମାଜସେବୀ ଓ ଆଇନଜୀବି ଶ୍ରୀମତି ଋତୁପର୍ଣ୍ଣା ମହାନ୍ତି ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ସୁନ୍ଦର ପ୍ରସାରୀ କରିବା ପାଇଁ ଭାରତ ଓ ଓଡ଼ିଶାରେ ହିଂସାମୁକ୍ତ ଓ ନିଶାମୁକ୍ତ କରିବା ପାଇଁ ଯୁବପିଢି ଓ ମହିଳା ମାନଙ୍କୁ ଆହ୍ୱାନ ଦେଇଥିଲେ।

Leave A Reply