ତୃତୀୟ ଦିନରେ ମା’ ବିରଜାଙ୍କ ରଥଯାତ୍ରା

0

ଯାଜପୁର: କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ଶାରଦୀୟ ଦୂର୍ଗୋତ୍ସବ ରିତିନୀତି ଅନୁସାରେ ପୂଜା କାର୍ୟ୍ୟ ଚାଲୁଅଛି । ଷୋଳ କଳସ ପୂଜା ସିଂହାସନେ ମା ଙ୍କର ନିତ୍ୟ ପୂଜା ଓ ଷୋଡଶ ଉପଚାର ପୂଜା ଓ ଚଣ୍ଡିପାଠ, ହୋମଯଜ୍ଞ ପାରମ୍ପରିକ ରିତିନିତି ଅନୁସାରେ ଅନୁଷ୍ଠିତ ହେଉଛି । ଆଜି ରଥଯାତ୍ରାର ୩ୟ ଦିବସ । ଏହି ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ରଥ ଦଉଡି ଟାଣି ଥିଲେ। ମା ଙ୍କ ରଥ ମନ୍ଦିରର ଚର୍ତୃପାର୍ଶ୍ୱ ପରିକ୍ରମା କରିଥିଲା। ବାଦ୍ୟ, ଶଙ୍ଖ ,ଘଂଟ, ହୁଳହୁଳି ଧ୍ୱନି ରେ ପରିବେଶ ପ୍ରକମ୍ପିତ ହୋଇ ଆଧ୍ୟତ୍ମିକ ପରିବେଶ ସୃଷ୍ଠି କରିଥିଲା । ଏହି ରଥ ଯାତ୍ରାର ମାହାତ୍ମ୍ୟ ଓ ପୀଠ ସମ୍ପର୍କରେ ଗବେଶକ ମାନେ ଧାରା ବିବରଣୀ ଦେଇଥିଲେ। ଏହି ବିରଜା କ୍ଷେତ୍ରରେ ଶାରଦୀୟ ଦୂର୍ଗାତ୍ସବରେ ରଥ ଯାତ୍ରା ପରମ୍ପରା ଭାରତବର୍ଷର ଅନ୍ୟ କେଉଁଠି ଦେଖା ଯାଏନା । ପୁଲିସ ଓ ପ୍ରଶାସନ କର୍ତୃପକ୍ଷ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଟ୍ରଷ୍ଠ ବୋର୍ଡର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତ କାର୍ୟ୍ୟର ତଦାରଖ କରୁଛନ୍ତି ।

Leave A Reply