ମହାଭୈରବୀ ବେଶରେ ଦକ୍ଷିଣକାଳୀଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

0

ସୁଆଣ୍ଡୋ : କାଳୀପୂଜା ଅବସରରେ ବୀରଗୋବିନ୍ଦ ପୁର ଦକ୍ଷିଣକାଳୀଙ୍କୁ ମହାଭୈରବୀ ବେଶରେ ବୁଧବାର ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ସକାଳୁ ମାଆଙ୍କର ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତ ମାନେ ଧାଡିରେ ଯାଇ ଧୂପ, ଦୀପ, ଫୁଲ, ଭୋଗରାଗ ନେଇ ପୂଜାର୍ଚ୍ଚନା କରିଥିଲେ । ସୁସଜ୍ଜିତ ବିମାନରେ ମାଆ ରାତିରେ ଛତି ତ୍ରାସ ଘଣ୍ଟ ଘଣ୍ଟା କାହାଳି ବାଜାବାଜି ସଲଟନରେ ଗ୍ରାମରୁ ବାହାରିଥିଲେ । ବାଟରେ ଦୁଇ ଭଉଣୀ ସମଜାଜପୁର କାମରୁପା, ବୀରପ୍ରତାପପୁର ଉଗ୍ରତାରାଙ୍କ ସହିତ ମିଳିତ ହୋଇ ବର୍ଣ୍ଣାଢ୍ୟ ପଟୁଆରରେ ଚନ୍ଦନପୁର ଛକରେ ରହିଥିଲେ । ଏହାପରେ  ଭାର୍ଗବୀ ନଦୀ ଘାଟକୁ ନିଆଯାଇ ଜଳରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ଥିଲେ । ଗ୍ରାମରେ ଆଲୋକ ସଜ୍ଜା ଉଠା ଦୋକାନୀ ମାନେ ପସରା ମେଲାଇ ଦୋକାନ ଖୋଲିଥିଲେ । ଘରେ ଘରେ ଝିଅଜ୍ବାଇଁ, ବନ୍ଧୁବାନ୍ଧବଙ୍କ ଗହଳି ଲାଗିଥିଲା । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବାଇପାସ ରାସ୍ତା ବାଟଦେଇ ଗାଡି ମଟର ଚଳାଚଳ ବ୍ୟବସ୍ଥା କରାଯାଇଥିଲା । ଆଜି ଭଷାଣି ଯାତ୍ରା ସମୟରେ ପ୍ରବଳ ଜନସମାଗମ ହୋଇଥିଲା । ଗ୍ରାମକୋଠ ସଭାପତି  ସମ୍ପାଦକ ଓ ମୁରବୀମାନେ ମାଆଙ୍କ ଯାତ୍ରା ପରିଚାଳନା କରିଥିଲେ ।

Leave A Reply