ମା ଭୈରବୀଙ୍କ ପୀଠରେ ୨୯ରୁ ଆରମ୍ଭ ହେବ ଷୋଳପୂଜା

ହରଭଙ୍ଗା: ବୌଦ୍ଧଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଷୋଳପୂଜା ପାଇଁ ରବିବାର ପୁରୁଣାକଟକସ୍ଥିତ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୯ ତାରିଖ ମୂଳାଷ୍ଟମୀ ଠାରୁ ଷୋଳପୂଜା ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ପର୍ୟ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା। ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଷୋଳପୂଜା ସମ୍ପର୍କୀତ ବିଭିନ୍ନ ଆଲୋଚନା ହୋଇଥିଲା ।ବୈଠକରେ ସମ୍ପାଦକ ଶୁଷେଣ ପ୍ରଧାନ, ଉପସଭାପତି ରସାନନ୍ଦ ସାହୁ, କୋଷାଧ୍ୟକ୍ଷ ସରୋଜ ପ୍ରଧାନ ସମେତ ଅଂଚଳର ୧୬ ଖଣ୍ଡ ମୌଜାର ପ୍ରତିନିଧି ଯୋଗଦାନ କରିଥିଲେ।

 

Comments are closed.