ରେକର୍ଡ ସୃଷ୍ଟି ପାଇଁ ସରକାରଙ୍କ ପଦକ୍ଷେପକୁ ବିରୋଧ କରିବା ଯୁକ୍ତିଯୁକ୍ତ ନୁହେଁ – ଏମ୍‍. ଭେଙ୍କିଆ ନାଇଡୁ

ରାଜ୍ୟସଭା ସଭାପତି ଏମ୍‍. ଭେଙ୍କିଆ ନାଇଡୁ କହିଛନ୍ତି, ସରକାରଙ୍କ ସମାଲୋଚନା, ସୂଚନା ଏବଂ ବିଶ୍ୱସନୀୟତା ଆଧାରରେ ହେବା ଉଚିତ। ସେ କହିଛନ୍ତି, ବିରୋଧୀ ଦଳମାନଙ୍କର ସରକାରଙ୍କୁ ସମାଲୋଚନା କରିବାର ଅଧିକାର ରହିଛି। ମାତ୍ର କେବଳ ରେକର୍ଡ ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପକୁ ବିରୋଧ କରିବା ସେମାନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଉଛି। ଧାରା ୨୬୭ ଅଧୀନରେ ପୂରା ଦିନ ପାଇଁ ସଭାର କାର୍ଯ୍ୟକାଳ ବାତିଲ କରିବା ନିଷ୍ପତ୍ତିରୁ ଦୂରେଇ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଚଳିତ ସପ୍ତାହରେ ସଂସଦ ସଦସ୍ୟମାନଙ୍କ ଦ୍ୱାରା ସୃଷ୍ଟ ପରିସ୍ଥିତି ଯୋଗୁଁ ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯିବା ପରିସ୍ଥିତି ପରିପ୍ରେକ୍ଷୀରେ ଶ୍ରୀ ନାଇଡୁ ଏହି ମନ୍ତବ୍ୟ ଦେଇଛନ୍ତି। ରାଜ୍ୟସଭାର ନବନିଯୁକ୍ତ ସଦସ୍ୟମାନଙ୍କ ଦୁଇ ଦିନିଆ ଅଭିମୁଖୀକରଣ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରି ଅଧ୍ୟକ୍ଷ ଶ୍ରୀ ନାଇଡୁ ସଦସ୍ୟମାନଙ୍କୁ ଗୃହରେ ଆଲୋଚନା ହେବାକୁ ଥିବା ବିଷୟ ଉପରେ ଗଭୀର ଜ୍ଞାନ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ।

Comments are closed.