ଉପରାଷ୍ଟ୍ରପତିଙ୍କ ପରାମର୍ଶ, ପ୍ରତ୍ୟେକଟି ଆହ୍ୱାନର ଦୃଢ଼ ହସ୍ତରେ ଦମନ କରିବ ପ୍ରତିରକ୍ଷା ବାହିନୀ

ଡେସ୍କ: ଦେଶ କୌଣସି ପ୍ରକାରର ଆହ୍ୱାନକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ପ୍ରତିରକ୍ଷା ବାହିନୀକୁ ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ। ତାମିଲନାଡୁର ଉଟି ନିକଟସ୍ଥ ୱେଲିଂଟନ୍‍ ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟରେ ପ୍ରଶିକ୍ଷଣ ନେଉଥିବା ତିନି ବାହିନୀର ଅଧିକାରୀମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ନାଇଡୁ କହିଛନ୍ତି, ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପ୍ରତିରକ୍ଷା ବାହିନୀର କର୍ତ୍ତବ୍ୟ ଏବଂ ବିନା କାରଣରେ କୌଣସି ଦେଶ ଉପରେ ଆକ୍ରମଣ ନ କରିବା ନୀତି ମଧ୍ୟ ଜାରି ରଖିବାର ଆବଶ୍ୟକତା ରହିଛି।

ସେ କହିଛନ୍ତି, ଦେଶର କଲ୍ୟାଣ ପାଇଁ ନୀତିକୁ ସବୁବେଳେ ଆପଣେଇବାକୁ ପଡ଼ିବ ଏବଂ ବସୁଧୈବ୍ୟ କୁଟୁମ୍ବକମ୍‍ ନୀତିକୁ ମଧ୍ୟ ପାଳନ କରିବା ନିହାତି ଆବଶ୍ୟକ। କୌଣସି ବାହ୍ୟ ଶକ୍ତି ଯଦି ଦେଶ ଉପରେ ଆକ୍ରମଣ କରେ ତାହେଲେ ସେ କ୍ଷେତ୍ରରେ ଠିକଣା ଜବାବ ଦେବା ପାଇଁ ଆମ ଯବାନମାନେ କଦାପି ପଛଘୁଞ୍ଚା ଦେବା ଉଚିତ୍‍ ନୁହେଁ। ପ୍ରତିରକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ କାରିଗରି ବିଦ୍ୟା ବ୍ୟବହାର କରାଯାଇ ପରିବର୍ତ୍ତନଶୀଳ ନିରାପତ୍ତା ପରିସ୍ଥିତିର ମୁକାବିଲା କରାଯିବା ଉଚିତ୍‍। ଶ୍ରୀ ନାଇଡୁ କହିଛନ୍ତି, ବର୍ତ୍ତମାନ ଡ୍ରୋନ୍‍ ଓ ରୋବୋଟିକ୍‍ ଭଳି ନୂଆ ନୂଆ ଓ ଅତ୍ୟାଧୁନିକ କାରିଗରି ବିଦ୍ୟାର ଉପଯୋଗ ଲାଗି ସମୟ ଉପନିତ ହୋଇଛି।

Comments are closed.