ପୁଣି ଭିଡ଼ ହିଂସା ନେଲା ଜୀବନ

0

ନୂଆଦିଲ୍ଲୀ: ଭିଡ଼ ହିଂସା ବା ସଂଘବଦ୍ଧ ଆକ୍ରମଣରେ ପୁଣି ଜଣେ ଯୁବକଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁଜରାଟର ଦାହୋଦରେ ଘଟିଛି ଏହି ଅଘଟଣ।
ପୁଲିସ ସୂଚନା ଅନୁଯାୟୀ, ଜଣେ ୨୨ ବର୍ଷର ଯୁବକ ତାଙ୍କ ବନ୍ଧୁଙ୍କ ସହିତ ସନ୍ଧ୍ୟାରେ ବୁଲୁଥିବା ବେଳେ ସେମାନଙ୍କୁ ଚୋର ସନ୍ଦେହରେ ପ୍ରାୟ ୨୦ ଜଣ ଲୋକ ଆକ୍ରମଣ କରିଥିଲେ। ଦୁଇ ଯୁବକଙ୍କୁ ପୁଲିସ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇପାରି ନାହିଁ।

Leave A Reply