ଦୁର୍ଗମ ଅଞ୍ଚଳର ଜନଜାତି ପିଲାଙ୍କୁ ବଣ୍ଟାହେଲା ବର୍ଣ୍ଣବୋଧ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ପିପଳପଦର ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ରବିବାର ତିନି ଖଣ୍ଡ ଗ୍ରାମର ଆଦିମ ଜନଜାତି ପିଲାମାନଙ୍କୁ ମଧୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଛି। ଏହି ଅବସରରେ ସମାଜ ସେବୀ ଗୋପେଶ୍ବର ଗରଡାଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁର୍ବତନ ସାଂସଦ ଝିନ ହିକକାଙ୍କ ସମେତ ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ପ୍ରମୁଖ ଯୋଗ ଦେଇଥିଲେ। ବିଶେଷକରି ଓଡ଼ିଆ ଭାଷା ପଠନ ଓ ଶିକ୍ଷା ପାଇଁ ବର୍ଣ୍ଣବୋଧ ହିଁ ମୂଳ ଆଧାର ବୋଲି ସେମାନେ କହିଥିଲେ। ଶ୍ରୀ ଗରଡାଙ୍କ ଏଭଳି ମହତ ଉଦ୍ୟମ ଦୁର୍ଗମ ଅଞ୍ଚଳର ପିଲାମାନଙ୍କ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ। ସୂଚନା ଯୋଗ୍ୟ ଏହିକି ଶ୍ରୀ ଗରଡ଼ା ପ୍ରାୟ ଏକ ବର୍ଷ ହେଲା ବ୍ଲକ ର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଏଭଳି ଭାବରେ ମଧୁ ବର୍ଣ୍ଣବୋଧ ଠାରୁ ଆରମ୍ଭ କରି ଖାତା, ପେନ୍, ଖେଳ ସାମଗ୍ରୀ ଆଦି ବଣ୍ଟନ ଜାରି ରଖିଛନ୍ତି।

Comments are closed.