ଓଡିଆ ଲ୍ୟୁଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ହେଲେ ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର

ଭୁବନେଶ୍ବର: ଓଡିଆ ଲ୍ୟୁଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି। ଜେନେରାଲ ମହାନ୍ତି ବର୍ତ୍ତମାନ ଉତ୍ତର ଭାରତ ଅଞ୍ଚଳରେ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି। ସେ ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଓ ବିଶିଷ୍ଟ ସେବା ମେଡାଲରେ ବିଭୂଷିତ ହୋଇଛନ୍ତି।

ନିଜର ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଜେନେରାଲ ମହାନ୍ତି ଜମ୍ମୁ କଶ୍ମୀର ଏଲ.ଓ.ସିରେ ରାଜପୁତ ବାଟାଲିୟନର ନେତୃତ୍ବ ନେଇଛନ୍ତି। ‘କଂଗୋ’ ରାଷ୍ଟ୍ରରେ ଜାତିସଂଘ ସୁରକ୍ଷା ବଳ ଅନ୍ତର୍ଗତ ଏକ ସଂବେଦନଶୀଳ ବ୍ରିଗେଡ୍‌ର ନେତୃତ୍ବକୁ ଜେନେରାଲ ମହାନ୍ତି ସଫଳତାର ସହିତ ସଂପାଦନ କରିଛନ୍ତି। ଚୀନ ସୀମାରେ ଅବସ୍ଥାପିତ ସମ୍ବେଦନଶୀଳ ‘ତ୍ରିଶକ୍ତି କୋର୍’ ର କମଣ୍ଡାର ରୂପେ ସୁକମାରେ କାର୍ଯ୍ୟ କରି ବିଶେଷ ସୁଖ୍ୟାତି ଅର୍ଜନ କରିଥିଲେ।

Comments are closed.