ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଓଡ଼ିଶାକୁ ଦୃଶ୍ୟ ନାହିଁ

ଭୁବନେଶ୍ୱର : ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆସନ୍ତା କାଲି ହେବ। ଏହା ଅପରାହ୍ଣ ୧ଟା୨୨ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୩ ମିନିଟରେ ଶେଷ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହୋଇଥିବାରୁ ଭାରତରେ କିଛି ସ୍ଥାନରେ ଅଳ୍ପ ସମୟ ପାଇଁ ଦୃଶ୍ୟମାନ ହେବ। ଯାହା ଖାଲି ଆଖିରେ ଦେଖାଯିବ ନାହିଁ। ଓଡ଼ିଶାରେ ମଧ୍ୟ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।
ଏବର୍ଷର ଶେଷ ସୂ‌େ‌ର୍ୟ୍ୟାପରାଗ ଆସନ୍ତା ଡିସେମ୍ବର ୧୪ ତାରିଖରେ ହେବ ଯାହା ଭାରତରେ ଦୃଶ୍ୟମାନ ନାହିଁ । ପରବର୍ତ୍ତୀ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ୨୦୨୧ମସିହା ମେ ମାସ ୨୬ ତାରିଖରେ ଭାରତରେ ଦେଖାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Comments are closed.