ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଲୁଲୁ ବାବୁଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର : ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ  ଶୁକ୍ରବାର ପୂର୍ବତନ ବିଧାୟକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ୱର ୯ ନମ୍ବର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ପାଳିତ ହୋଇଯାଇଅଛି। କୁଆଖାଇ ନଦୀରେ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶତାଧିକ କଂଗ୍ରେସ କର୍ମୀ ସମୂହ ତିଳତର୍ପଣ କରିଥିଲେ। ପରେ ରାଧାକୃଷ୍ଣ ମନ୍ଦିର ଠାରେ ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।  ଏହାପରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ପରେ ସ୍ମୃତି କମିଟି ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ମାନୀତ ଅତିଥି, ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଭୂଷଣ ଦାସ, ମନୋଜ ସାହୁ, ମନ୍ମଥ ରାଉତରାୟ, ନାରାୟଣ ଜେନା, କିଷାନ ପଣ୍ଡା ପ୍ରମୁଖ ସ୍ମୃତିଚାରଣ କରି କହିଲେ ଯେ, ଲୁଲୁ ବାବୁ ଯୁବ ମାନସର ପ୍ରତୀକ ଥିଲେ ଏବଂ ଜଣେ ଦକ୍ଷ ସଂଗଠକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ରାଜନୀତିରେ ସତ୍ୟରୁ ସେ କେବେ ବିଚ୍ୟୁତ ହେଉନଥିଲେ। ତାଙ୍କର ନିର୍ଭୀକତା ଓ ସ୍ପଷ୍ଟବାଦିତାକୁ ଆଜିର ଯୁବ ସମାଜ ଅନୁସରଣ କରିବା ଉଚିତ୍ ବୋଲି ବକ୍ତାମାନେ କହିଥିଲେ। ପରେ ଉପସ୍ଥିତ ଥିବା ଲୁଲୁ ମହାପାତ୍ର ଅନୁଗାମୀମାନଙ୍କୁ କମିଟି ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଆଗାମୀ ୨୦୨୪ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଦଳକୁ କ୍ଷମତାକୁ ଫେରାଇ ଆଣିବାକୁ ସଂକଳ୍ପ କରାଇଥିଲେ। ଯୁବନେତା ହିମାଂଶୁ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ମଳ ପଣ୍ଡା ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଘନଶ୍ୟାମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ସରକାରଙ୍କ କୋଭିଡ୍– ୯ ନିୟମ ଅନୁଯାୟୀ ପାଳନ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଦୀପକ କୁମାର ସାହୁ, ଦୀପକ ମହାପାତ୍ର, ପ୍ରତାପ ଜେନା, ଗୌରୀପ୍ରସାଦ ନନ୍ଦ, ସରୋଜ ପରିଡା, ନିରଞ୍ଜନ ଦାସ, ପ୍ରକାଶ ମିଶ୍ର, ଆଲୋକ ମହାନ୍ତି, ଦେବଦତ ଜେନା, ରଜନୀ ମହାନ୍ତି, ଶ୍ରୀନିବାସ ରାଉତରାୟ, ତରୁଣକାନ୍ତ ମିଶ୍ର, ଯୋଗୀନାଥ ବାହୁବଳେନ୍ଦ୍ର, ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ୍ ଦାସ, ସଂକୁନା କହଁର, କନକଲତା ମଲ୍ଲିକ, ଶ୍ରୀୟାସ୍ମିତା ପଣ୍ଡା, ମନୋଜ ବିଶ୍ୱାଳ, କିର୍ତନାନନ୍ଦ ଦାସ, ସଂଜୟ ରାୟ, ସୁରେଶ ସାହାଣୀ, ସୁବ୍ରତ ମହାପାତ୍ର, ସଂଜୀବ ମହାନ୍ତି, ସୂର୍ଯ୍ୟନାରାୟଣ ପଣ୍ଡା, ଜୟକୃଷ୍ଣ ସୁବୁଦ୍ଧି, ଅକ୍ଷୟ କୁମାର ଦାସ, ପ୍ରକାଶ ମହାନ୍ତି, ଚିନ୍ମୟ ପ୍ରଧାନ, ମୋହନ ଜେନା, ଶ୍ରୀକାନ୍ତ ମଲ୍ଲିକ, ସୁଦୀପ ସାମଲ, ଏକାଦଶୀ ସେଠୀ, ରାକେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.