ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା, ଏସଏଫଜେ ଆତଙ୍କବାଦୀ ଯଶବିନ୍ଦର ଗିରଫ

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା । ଘଟଣାରେ ଏସଏଫଜେ ଆତଙ୍କବାଦୀ ଯଶବିନ୍ଦର ସିଂ ମୁଲତାନୀକୁ ଗିରଫ କରିଛି ଜର୍ମାନ ପୋଲିସ । ଭାରତ ସରକାରଙ୍କ ଅନୁରୋଧ କ୍ରମେ ଯଶବିନ୍ଦର ସିଂ ମୁଲତାନୀକୁ ଜର୍ମାନ ପୋଲିସ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ କାମ କରୁଥିଲା । ଦିଲ୍ଲୀ ଏବଂ ମୁମ୍ବାଇରେ ଆତଙ୍କବାଦୀ କାର୍ୟ୍ୟକଳାପ ଯୋଜନା କରୁଥିଲା ଜସବିନ୍ଦର ।

ମିଳିଥିବା ସୂଚନା ଅନୁସାରେ ୪୫ ବର୍ଷୀୟ ଯଶବିନ୍ଦର ସିଂ ମୁଲତାନୀ ଏସଏସଜେ ପ୍ରତିଷ୍ଠାତାଙ୍କ ନିକଟତର ହୋଇ ବିଚ୍ଛିନ୍ନତାବାଦୀ କାର୍ୟ୍ୟକଳାପରେ ଜଡିତ ରହିଛି ।

Comments are closed.