ଲକ୍ଷାଧିକ ଦୀପରେ ଆଲୋକିତ ହେଲା ରାମଙ୍କ ନଗରୀ ଅଯୋଧ୍ୟା : ୫.୫ଲକ୍ଷ ଦୀପ ଜଳାଇ ହେଲା ବିଶ୍ବ ରେକର୍ଡ

ଅଯୋଧ୍ୟା : ଆସନ୍ତାକାଲି ହେଉଛି ଆଲୋକର ପର୍ବ ଦୀପାବଳି। ଏହାପୂର୍ବରୁ ରାମନଗରୀ ଅର୍ଥାତ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମଭୂମି ଅଯୋଧ୍ୟା ଲକ୍ଷାଧିକ ଦୀପମାଳାରେ ସୁସଜ୍ଜିତ ହୋଇଛି। ଶନିବାର ସନ୍ଧ୍ୟାରେ ଅଯୋଧ୍ୟାରେ ଦୀପତ୍ସୋବ କାର୍ୟ୍ୟକ୍ରମର ଆୟୋଜିତ ହୋଇଯାଇଛି। ଏଥିରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୫.୫ ଲକ୍ଷରୁ ଅଧିକ ଦୀପ ପ୍ରଜ୍ଜ୍ୱଳିତ କରାଯାଇଥିଲା । ଯାହା ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।

Comments are closed.