ଲକ୍ଷ୍ନୌ-ଆନନ୍ଦ ବିହାର ଏକ୍ସପ୍ରେସ ଲାଇନଚ୍ୟୁତ

ନୂଆଦିଲ୍ଲୀ: ଲକ୍ଷ୍ନୌ-ଆନନ୍ଦ ବିହାର ଏକ୍ସପ୍ରେସର ୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଉତ୍ତରପ୍ରଦେଶର କାଟଘର ଏବଂ ମୋରାଦାବାଦ ଷ୍ଟେଶନ ମଧ୍ୟଭାଗରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାରେ କେହି ଆହତ ହୋଇଥିବା ସମ୍ପର୍କରେ ସୂଚନା ମିଳିନାହିଁ। ସୂଚନା ଅନୁସାରେ, ଟ୍ରେନଟି ସକାଳେ ଲକ୍ଷ୍ନୌରୁ ଆନନ୍ଦପୁର ଯାଉଥିଲା। ସକାଳ ପ୍ରାୟ ୧୦ଟା ୧୫ରେ ୪୧୫ ନମ୍ବର ଲେଭେଲକ୍ରସିଂକୁ ଅତିକ୍ରମ କରିବା ସମୟରେ ଟ୍ରେନର ୫ ଏବଂ ୮ ନମ୍ବର ବଗି ଲାଇନଚ୍ୟୁତ ହୋଇପଡ଼ିଥିଲା। ଉକ୍ତ ୨ଟି ବଗିରେ ଥିବା ଯାତ୍ରୀମାନଙ୍କ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯିବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି। ଦୁର୍ଘଟଣାସ୍ଥଳରେ ଏକ ମେଡିକାଲ ଟ୍ରେନ ଏବଂ ଏକ ଆକ୍ସିଡେଣ୍ଟ ରିଲିଫ ଟ୍ରେନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Comments are closed.