ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ କାକୋରୀ ଥାନା ଅନ୍ତର୍ଗତ ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଘଟିଥିବା ବୁଧବାର ଜଣାପଡ଼ିଛି। ୨ଟି ବସ ପରସ୍ପର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି। ଚାଳକ ସମେତ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଓ ୨ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆହତ ହୋଇଥିବା ଅନେକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଲକ୍ଷ୍ନୌର କାକୋରୀ ଥାନା ଅନ୍ତର୍ଗତ ଅଂଚଳରେ ବଜାନଗର ମୋଡ଼ ନିକଟରେ ୨ଟି ବସ ପରସ୍ପରକୁ ଓଭରଟେକ୍‍ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସରେ ପ୍ରାୟ ୨୦ ରୁ ୨୨ ଜଣ ଯାତ୍ରୀ ଥିଲେ। ଖବର ପାଇ ଘଟଣାସ୍ଥଳକୁ ଏକ ଯାଞ୍ଚ କମିଟିକୁ ପଠାଯିବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.