ମହାରାଷ୍ଟ୍ରରେ ଜୁନ ପହିଲା ଯାଏଁ ତାଲାବନ୍ଦ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ତରଙ୍ଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ୪ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି, ଭେଣ୍ଟିଲେଟର, ଅମ୍ଳଜାନ, ଔଷଧ ଆଦିର ଅଭାବ ଏବେ ମଧ୍ୟ ଦେଖିବାକୁ ମିଳୁଛି। ହଜାର ହଜାର ଆକ୍ରାନ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଉତ୍ତରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର,ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ତାଲାବନ୍ଦ ସହ କଟକଣା ଲାଗୁ କରାଯାଉଛି। ପୂର୍ବରୁ ତାଲାବନ୍ଦ ନିୟମ ଲାଗୁ କରାଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ଜୁନ ୧ ଯାଏଁ ତାଲାବନ୍ଦ ବୃଦ୍ଧି କରାଯାଇଛି ବୋଲି ଘୋଷଣା କରାଯାଇଛି। ଏହାସହ ରାଜ୍ୟରେ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ତାଲାବନ୍ଦ ସମୟରେ ଜରୁରୀ ସେବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଠାରେ ଅଧିକ କଟକଣା ଲାଗୁ କରାଯାଉଛି।

Comments are closed.