କେରଳରେ ମେ’ ୮ ରୁ ୧୬ ଯାଏଁ ଲକଡାଉନ ଘୋଷଣା

କେରଳ : କେରଳରେ ସରକାର ମେ’୬ରେ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାମାରୀକୁ କାବୁ କରିବା ପାଇଁ ମେ’୮ ରୁ ୧୬ ମେ’ ଯାଏଁ ଲକଡାଉନ ଘୋଷଣା କରିଛନ୍ତି। କେରଳରେ ଗତ ୨୪ ଘଣ୍ଟାରେ ୪୨ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ବିଭିନ୍ନ କଟକଣା ଲାଗୁ କରିଥିଲେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ।

 

Comments are closed.