ଦିଲ୍ଲୀରେ ଆଉ ଏକ ସପ୍ତାହ ବୃଦ୍ଧି ତାଲାବନ୍ଦ

ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ତରଙ୍ଗ ବର୍ତ୍ତମାନ ମଧ୍ୟ ନିଜର କାୟା ବିସ୍ତାର କରି ରହିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକେ ସଂକ୍ରମିତ ହେବା ସହ ହଜାର ହଜାର ଲୋକେ ମୃତ୍ୟୁ ବରଣ କରୁଛନ୍ତି। ସଂକ୍ରମଣକୁ ରୋକିବାକୁ ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ସହ ଆବଶ୍ୟକ ନିୟମ ଓ ମେଡିକାଲ ସେବା ପାଇଁ ସମସ୍ତ ପଦକ୍ଷେପ ଜାରି ରଖାଯାଇଛି। ଦେଶରେ ଦିନକରେ ୩ ଲକ୍ଷ ୧୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାରରୁ ଅଧିକ ଆକ୍ରାନ୍ତ ମୃତ୍ୟୁ ହୋଇଛି।
ଏଭଳି ସମୟରେ ରାଜଧାନୀ ଦିଲ୍ଲୀରେ ପୂର୍ବରୁ ତାଲାବନ୍ଦ ଲାଗୁ କରାଯାଇଥିବା ବେଳେ ଏହାକୁ ପୁଣି ବୃଦ୍ଧି କରାଯାଇଛି। ଦିଲ୍ଲୀରେ ଆଉ ଏକ ସପ୍ତାହ ତାଲାବନ୍ଦ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ୨୪ ମେ ଯାଏଁ ତାଲାବନ୍ଦ ଲାଗୁ କରାଯିବ ବୋଲି ଆଜି ଘୋଷଣା କରିଛନ୍ତି। ତାଲାବନ୍ଦ ସମୟରେ ସମସ୍ତ କଟକଣା ଲାଗୁ ସହ କେବଳ ଅତ୍ୟାବଶ୍ୟକ ସେବାକୁ ହିଁ ଅନୁମତି ପ୍ରଦାନ କରାଯାଇଛି।

Comments are closed.