ଲକ୍ ଡାଉନ ଜିଲ୍ଲା ଓ ସହରରେ ଘରୋଇ ଅନୁଷ୍ଠାନ ଚଳାଇବାକୁ ହେଲେ ଆବଶ୍ୟକ ଜିଲ୍ଲାପାଳଙ୍କ ଅନୁମତି

ଭୁବନେଶ୍ବର : କରୋନା ପାଇଁ ସତର୍କତା ମୂଳକ ଭାବେ ରାଜ୍ୟ ସରକାର ରାଜ୍ୟର ୫ଟି ଜିଲା ସହ ୮ଟା ସହରକୁ ୨୨ମାର୍ଚ୍ଚ ସକାଳ ୭ରୁ ୨୯ମାର୍ଚ୍ଚ ରାତି ୯ଟା ଯାଏଁ ଲକ୍ ଡାଉନ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଲକ୍ ଡାଉନ ଘୋଷଣା କରିଥିବା ଜିଲା ମାନଙ୍କ ମଧ୍ୟରେ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ରହିଛି। ଏଥି ସହିତ ଲକ୍ ଡାଉନ ହୋଇଥିବା ସହର ମାନଙ୍କ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁରରୋଡ଼, ଯାଜପୁର ଟାଉନ ରହିଛି। ତେବେ ଲକ୍ ଡାଉନ ହୋଇଥିବା ୫ ଟି ଜିଲା ଏବଂ ୮ଟି ସହରମାନଙ୍କରେ ରହିଥିବା ସମସ୍ତ ଘରୋଇ ଅନୁଷ୍ଠାନ ଗୁଡିକୁର କର୍ମଚାରୀ ମାନଙ୍କ ପାଇଁ ଘରେ ରହି କାମ କରିବା (ୱାର୍କ ଫ୍ରମ ହୋମ୍) ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି। ଯଦି କୌଣସି ଘରୋଇ ଅନୁଷ୍ଠାନ ପୂର୍ବଭଳି ଅଫିସ ଆସି କାର୍ଯ୍ୟ କରିବା ବ୍ୟବସ୍ଥା ରଖିବେ ତେବେ ସେମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଳାପାଳଙ୍କଠାରୁ ପ୍ରମାଣ ପତ୍ର ଆଣିବାକୁ ପଡିବ। ଲୋକମାନଙ୍କ ସ୍ବାର୍ଥ ପାଇଁ ସରକାର ଏହି କଟକଣା ଜାରି କରିଛନ୍ତି। ଏଣୁ ଲୋକମାନେ ଏହାକୁ ମାନନ୍ତୁ। ଏହାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନିଆଯିବ ।