ମୁମ୍ବଇ-ଭୁବନେଶ୍ବର ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ; ୫ ଗୁରୁତର

କଟକ : କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ମୁମ୍ବଇ-ଭୁବନେଶ୍ବର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଗୁରୁବାର ସକାଳ ୭ଟା ସୁଦ୍ଧା ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପ୍ରାୟ ୮ଟି ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଦମକଳ ବାହିନୀ ପହଞ୍ଚିଛି । ୩୦ରୁ ୪୦ଜଣ ଯାତ୍ରୀ ସାମାନ୍ୟ  ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ତେବେ କେହି ସଂକଟଜନକ ଅବସ୍ଥାରେ ନାହାନ୍ତି । କିଛି ଯାତ୍ରୀଙ୍କୁ କଟକ ଅବା ଭୁବନେଶ୍ବର ଆଣିବାର ବ୍ୟବସ୍ଥା କରାଯାଉଛି ।  ଖୁବ୍ ଶୀଘ୍ର ଚେଳ ଚଳାଚଳ ସ୍ବଭାବିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Comments are closed.