ସେନା ଉପମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ଓଡ଼ିଆ ଲେଫ୍ଟନାଣ୍ଟ ଜେନେରାଲ୍‍ ଚଣ୍ଡିପ୍ରସାଦ ମହାନ୍ତି

ଭୁବନେଶ୍ବର :  ଓଡ଼ିଆ ଅଫିସର ଲେଫ୍ଟନାଣ୍ଟ ଜେନେରାଲ୍‍ ଚଣ୍ଡିପ୍ରସାଦ ମହାନ୍ତି ଆଜି ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ହେବେ ଦେଶର ୪୨ତମ ସେନା ଉପମୁଖ୍ୟ। ୧୯୮୨ ମସିହାରେ ରେଜିମେଣ୍ଟ୍‍ରେ ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବେ ଶ୍ରୀ ମହାନ୍ତି ଯୋଗ ଦେଇଥିଲେ। ନିଜର ୩୮ ବର୍ଷର କ୍ୟାରିୟର ମଧ୍ର୍‍ୟରେ ପାକିସ୍ତାନ ଓ ଚୀନ୍‍ ସୀମା ସହିତ ଅନେକ ଅପରେସନରେ ସେ ଆଗାଧାଡ଼ିରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏହାଛଡ଼ା ନୂଆଦିଲ୍ଲୀ ସେନା ମୁଖ୍ୟାଳୟରେ ଲଜିଷ୍ଟିକ୍‍ ଓ ଷ୍ଟାଟେଜିକ୍‍ ମୁଭ୍‍ମେଣ୍ଟରେ ମହାନିର୍ଦ୍ଦେଶକ ଭାବେ ସେ ନିଯୁକ୍ତ ହୋଇଥିଲେ।

ଓଡ଼ିଶାର ଜଗତସିଂହପୁର ଜିଲା ଜୟବଡ଼ରେ ଜନ୍ମିତ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ବର୍ତ୍ତମାନ ସଦର୍ଣ୍ଣ କମାଣ୍ଡ୍‌ର କମାଣ୍ଡିଂ ଇନ୍‌ ଚିଫ ରହିଛନ୍ତି। ସତିନ୍ଦର କୁମାର ସାଇନି ଭାରତୀୟ ସେନା ଉପମୁଖ୍ୟ ପଦରୁ ଗତକାଲି ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ଚଣ୍ଡିପ୍ରସାଦ ସେନା ଉପମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ। ଏହା ସହିତ ସେ ପ୍ରଥମ ଓଡ଼ିଆ ଭାବେ ସେନାରେ ଏହି ପଦବୀ ଅଳଙ୍କୃତ କରିବାକୁ ଯାଉଛନ୍ତି, ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।

Comments are closed.