ମାଇଣ୍ଡ ଟ୍ରିର ଅଂଶଧନ କିଣିଲା ଏଲ୍‌ଆଣ୍ଡ୍‌ଟି

ନୂଆଦିଲ୍ଲୀ : ଇତିମଧ୍ୟରେ ଦେଶର ସୂଚନା ପ୍ରଯୁକ୍ତି (ଆଇଟି) କ୍ଷେତ୍ରରେ ପ୍ରଥମ ବୃହତ୍‌ ଅଧିଗ୍ରହଣ କାର୍ଯ୍ୟକାରୀ ହୋଇଛି। ଭାରତୀୟ କମ୍ପାନୀ ଲାର୍ସନ୍‌ ଆଣ୍ଡ ଟର୍ବୋ ଲିମିଟେଡ୍‌ (ଏଲ୍‌ଆଣ୍ଡ୍‌ଟି) ଆଇଟି ସେବା ପ୍ରଦାନକାରୀ ମାଇଣ୍ଡ୍‌ ଟ୍ରିର ଅଂଶଧନ ଅକ୍ତିଆର
କରିଛି। ଭାରତୀୟ ସଫ୍ଟୱେର ସେବା କ୍ଷେତ୍ରରେ ଏହା ହେଉଛି ପ୍ରଥମ ଅଧିଗ୍ରହଣ। ଚଳିତବର୍ଷ ମାର୍ଚରେ ଏଲ୍‌ଆଣ୍ଡ୍‌ଟି ମାଇଣ୍ଡ୍‌ ଟ୍ରିର ୨୦.୩୨% ଅଂଶଧନ ଅକ୍ତିଆର କରିଛି। କମ୍ପାନୀ ଭି.ଜି. ସିଦ୍ଧାର୍ଥଙ୍କଠାରୁ ଏହି ଅଂଶଧନ ୩୦୦୦ କୋଟିରୁ ଅଧିକ ଅର୍ଥରେ କ୍ରୟ କରିଛି। ଓପନ୍‌ ଅଫର ଜରିଆରେ କମ୍ପାନୀ ଏହି ସବୁ ଅଂଶଧନ କିଣିଛି। ଏହି ଅଧିଗ୍ରହଣ ପରେ ମାଇଣ୍ଡ୍‌ ଟ୍ରି ସିଇଓ ରୋସ୍ତଭ ରାଭଣାନ କିଛି ସପ୍ତାହ ମଧ୍ୟରେ ଇସ୍ତଫା ପ୍ରଦାନ କରିବା ସମ୍ଭାବନା ସୃଷ୍ଟି ହୋଇଛି।

Comments are closed.