ଆନ୍ତର୍ଜାତିକ ବଜାରକୁ ଚାହିଁ ଏଲ୍‍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘଟିଛି : ସରକାରଙ୍କର ସ୍ପଷ୍ଟିକରଣ

ନୂଆଦିଲ୍ଲୀ :  ଆନ୍ତର୍ଜାତିକ ବଜାର ଉପରେ ଦେଶରେ ଏଲ୍‍ପିଜିର ମୂଲ୍ୟ ପର୍ଯ୍ୟବେଶିତ ଓ ଏଲ୍‍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଆନ୍ତର୍ଜାତିକ ବଜାରରେ
ଏହାର ମୂଲ୍ୟକୁ ଭିତ୍ତି କରି କରାଯାଇଥିବା ସରକାର ଗୁରୁବାର ସ୍ପଷ୍ଟିକରଣ ଦେଇଛନ୍ତି। ପେଟ୍ରୋଲିୟମ୍‍ ମନ୍ତ୍ରଣାଳୟ କହିଛି, ଗତ ମାସରେ ଆନ୍ତର୍ଜାତିକ
ବଜାରରେ ଏଲ୍‍ପିଜିର ମୂଲ୍ୟ ଅତି ମାତ୍ରାରେ ବୃଦ୍ଧି ପାଇବା ଯୋଗୁଁ ଦେଶରେ ଏଲ୍‍ପିଜି ସିଲିଣ୍ଡରର ମୂଲ୍ୟ ୧୪୪ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। କିନ୍ତୁ ଯେହେତୁ ସରକାର ରନ୍ଧନ ଗ୍ୟାସ୍‍ ଉପରେ ରିଆତି ପ୍ରଦାନ କରୁଛନ୍ତି ସେଥି ଯୋଗୁଁ ଖାଉଟିମାନେ ୧୫୪ ଟଙ୍କାରୁ ୨୯୧ ଟଙ୍କା
ପର୍ଯ୍ୟନ୍ତ ସିଲିଣ୍ଡର ପିଛା ରିଆତି ପାଇପାରିବେ। ଏହି ପଦକ୍ଷେପ ମାଧ୍ୟମରେ ଆନ୍ତର୍ଜାତିକ ବଜାରରେ ଏଲ୍‍ପିଜିର ମୂଲ୍ୟରେ ଘଟୁଥିବା ଉତ୍ଥାନ ପତନରୁ
ସରକାର ଖାଉଟିମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି।

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ଗ୍ରାହକମାନଙ୍କ ପାଇଁ ସରକାର ବହନ କରୁଥିବା ରିଆତି ପରିମାଣ ୧୭୫ ଟଙ୍କାରୁ ୩୧୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଲ୍‍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ବିରୋଧୀ ଦଳମାନେ ପ୍ରତିବାଦ କରିବାରୁ ସରକାର ଏଭଳି ସ୍ପଷ୍ଟିକରଣ ଦେଇଛନ୍ତି।

Comments are closed.