କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ

0

ନୂଆଦିଲ୍ଲୀ  .. – ନୂଆ ବର୍ଷ ପୂର୍ବରୁ କେନ୍ଦ୍ର ସରକାର ରନ୍ଧନ ଗ୍ୟାସର ଦର ହ୍ରାସ କରିଛନ୍ତି ।  ଡିସେମ୍ବର ୩୧ ତାରିଖରେ ସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ  ୫ଟଙ୍କା ୯୧ ପଇସା ହ୍ରାସ କରାଯାଇଥିବା ବେଳେ ବିନା ସବସିଡିରେ ମିଳୁଥିବା ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ  ୧୨୦.୫୦ ପଇସା ହ୍ରାସ କରାଯାଇଛି । ଦିଲ୍ଲୀରେ ଏବେ ସବସିଡିଯୁକ୍ତ ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ୪୯୪ଟଙ୍କା ୯୯ ପଇସାରେ ମିଳିବ । ସେହିପରି ବିନା ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ୬୮୯ ଟଙ୍କାରେ ମିଳିବ । ଜାନୁଆରୀ ଏକ ତାରିଖରୁ ଏହି ଦର ଲାଗୁ ହେବ ।

Leave A Reply