୧୩୩ଟଙ୍କା କମିଲା ଅଣରିଆତି ସିଲିଣ୍ଡର

0

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ଶୁକ୍ରବାର ଅଣ-ରିଆତି ଏଲ୍‍ପିଜି ସିଲିଣ୍ଡର (୧୪.୨କେଜି) ମୂଲ୍ୟରେ ୧୩୩ ଟଙ୍କା ହ୍ରାସ ଘଟିଛି। ପରିବର୍ତ୍ତିତ ନୂଆ ଦର ଡିସେମ୍ବର ପହିଲାରୁ ଲାଗୁ କରାଯିବ। ଅନ୍ତଃରାଷ୍ଟ୍ରୀୟ ବଜାରରେ ଏଲ୍‍ପିଜି ମୂଲ୍ୟରେ ହ୍ରାସ ସହ ଆମେରିକୀୟ ଡଲାର ତୁଳନାରେ ଘରୋଇ ମୁଦ୍ରା ଟଙ୍କା ମୂଲ୍ୟ ସୁଦୃଢ ହେବା ଯୋଗୁ ବଜାରରେ ଅଣ-ରିଆତି ଏଲ୍‍ପିଜି ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ କରାଯାଇଛି। ରାଜଧାନୀ ନୂଆଦିଲ୍ଲୀଠାରେ ଏଲ୍‍ପିଜି ସିଲିଣ୍ଡର ପିଛା ଦର ୯୪୨ ଟଙ୍କା ୫୦ ପଇସାରୁ ୮୦୯ ଟଙ୍କା ୫୦ ପଇସାକୁ ହ୍ରାସ ଘଟିଛି। ରିଆତି ପରେ ଉପଭୋକ୍ତାଙ୍କ ପାଇଁ ସିଲିଣ୍ଡର ପିଛା ଏଲ୍‍ପିଜି ଦର ୫୦୭ ଟଙ୍କା ୪୨ ପଇସାରୁ ୫୦୦ ଟଙ୍କା ୯୦ ପଇସାକୁ ହ୍ରାସ ଘଟିଛି। ଜିଏସ୍‍ଟି ଯୋଗୁ ଅଣ-ରିଆତି ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ ଘଟିଛି। ଅବଶିଷ୍ଟ ୩୦୮ ଟଙ୍କା ୬୦ ପଇସା ରିଆତି କେନ୍ଦ୍ର ସରକାର ବହନ କରିବେ। ଏହି ରିଆତି ଅର୍ଥ ଉପଭୋକ୍ତା ନିଜର ବ୍ୟାଙ୍କ ଖାତାରେ ପାଇପାରିବେ।

Leave A Reply