୬ ଜିଲାରେ ହାଲୁକା ବର୍ଷା

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଶ୍ରୀଲଙ୍କା ଉପକୂଳ ମଧ୍ୟ ଦେଇ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ନିମ୍ନ ଚାପରେଖା ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାର ମଧ୍ୟମ ଧରଣ ବର୍ଷା ହୋଇପାରେ। ଆଜି ବିଭିନ୍ନ ଜିଲାରେ ରାତି ତାପମାତ୍ରା ହ୍ରାସ ପାଇଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ଥିବାବେଳେ ଟିଟିଲାଗଡରେ ୧୪.୮ ଡିଗ୍ରୀ, ଫୁଲବାଣୀରେ ୧୫ ଡିଗ୍ରୀ ଏବଂ ବଲାଙ୍ଗିରରେ ୧୪.୨ ଡିଗ୍ରୀ ରହିଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନ‌େର ରାତି ତାପମାତ୍ରା ସ୍ବାଭାବିକରୁ ୩ରୁ ୪ ଡିଗ୍ରୀ ତଳକୁ ଖସିବ।

Comments are closed.