ପ୍ରେମ ବିବାହରେ ସଫଳତା ପାଇଁ ବେଶ ସହାୟକ ଗୁରୁବାରର ଏହି ମନ୍ତ୍ର

ବହୁ ଯୁବକ ଯୁବତୀଙ୍କ ଇଚ୍ଛା ସେମାନେ ପ୍ରେମ ବିବାହ କରିବାକୁ। ନିଜ ପସନ୍ଦରେ ଜୀବନସାଥୀ ଚୟନ କରିବାକୁ। ଜୀବନସାଥୀ ଏପରି ହେଉ ଯେ କି ତାଙ୍କ ସୁଖଦୁଃଖରେ ସାଥି ହେବା ସହ ତାଙ୍କ ସମ୍ପର୍କରେ ମଧୁରତା ରହୁ, ସୁଖମୟ ହେଉ। ମାତ୍ର କେତେକ ସମୟରେ ଦେଖାଯାଇଥାଏ, ପ୍ରେମ ବିବାହରେ ବହୁ ବାଧା ସୃଷ୍ଟି ହୋଇଥାଏ। ତେବେ ଜାଣନ୍ତୁ ଏହି ସମସ୍ୟାରୁ ଦୂର ହେବା ପାଇଁ କିଛି ସହଜ ସରଳ ଉପାୟ….
– ଯେକୌଣସି ମାସରେ ଶୁକ୍ଳପକ୍ଷର ଗୁରୁବାରର ଏହି ଉପାୟ ଆରମ୍ଭ କରି ପାରିବେ।
– ଗୁରୁବାର ଦିନ ମା’ଲକ୍ଷ୍ମୀ-ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଫଟୋ ସମ୍ମୁଖରେ ପିନ୍ଧୁଥିବା ଅଥବା ସଜାଇବା ପାଇଁ ବ୍ୟବହୃତ ଫୁଲମାଳରେ ୩ ଥର ଏହି ମନ୍ତ୍ରକୁ ଜପ କରନ୍ତୁ।
‘ଓଁ ଲକ୍ଷ୍ମୀ ନାରାୟଣାୟ ନମଃ’।
ଏହି ଉପାୟ ୩ ମାସ ପର୍ଯ୍ୟନ୍ତ ପାଳନ କରିବା ଉଚିତ। ପ୍ରତ୍ୟେକ ଗୁରୁବାର ମନ୍ଦିରରେ ଭୋଗ କରିବା ନିଜ ବିବାହରେ ସଫଳତା ପାଇଁ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ମନସ୍କାମନା ନିଶ୍ଚୟ ପୂରଣ ହେବ।

Comments are closed.