ଲଭ୍‍ ଜିହାଦ ଅଭିଯୋଗ : କୋର୍ଟ ପରିସରରେ ଯୁବକଙ୍କୁ ନିର୍ଧୁମ ପିଟିଲେ

0

ଗାଜିଆବାଦ : ମଧ୍ୟପ୍ରଦେଶର ଗାଜିଆବାଦଠାରେ ଏକ କୋର୍ଟ ପରିସରରେ ସୋମବାର ଲଭ୍‍ ଜିହାଦ୍‍ ଅଭିଯୋଗରେ ଜଣେ ମୁସଲମାନ ଯୁବକଙ୍କୁ ନିର୍ଧୁମ ପିଟାଯିବା ଘଟଣା ଏବେ ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଯୁବକଙ୍କୁ ମାଡ଼ ମରାଯିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ୍‍ ନିଜ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ମଧ୍ୟପ୍ରଦେଶର ଜଣେ ମୁସଲମାନ ଯୁବକ ବିଜନୌର ନିବାସୀ ଜଣେ ହିନ୍ଦୁ ଯୁବତୀଙ୍କୁ ସାଙ୍ଗରେ ନେଇ ବିବାହ ପାଇଁ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କୋର୍ଟରେ ବିବାହ ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଚାଲୁ ଥିବା ସମୟରେ କିଛି ଯୁବକ ତହସିଲ ପରିସରରେ ପ୍ରବେଶ କରି ମୁସଲମାନ ଯୁବକ ଜଣକୁ ନିର୍ଧୁମ ପିଟିଥିଲେ। ମୁସଲମାନ ଯୁବକ ଜଣକ ବିଭିନ୍ନ ପ୍ରଲୋଭନ ଦେଖାଇ ହିନ୍ଦୁ ଯୁବତୀ ଜଣକୁ ନିଜ ଜାଲରେ ଫସାଇ ବିବାହ ପାଇଁ ଆଣିଥିବା ଆକ୍ରମଣକାରୀମାନେ ଅଭିଯୋଗ କରିଛନ୍ତି ଓ ଏହାକୁ ଲଭ୍‍ ଜିହାଦ ବୋଲି କହୁଛନ୍ତି। ଉଲ୍ଲେଖ ଯେ ଯୁବକ ଓ ଯୁବତୀ ଦ୍ୱୟ ନୋଇଡ଼ାସ୍ଥିତ ଏକ କମ୍ପାନୀରେ ଚାକିରି କରିଛନ୍ତି।

Leave A Reply