ଫେସବୁକ ପ୍ରେମର କରୁଣ ପରିଣତି: ମା-ଝିଅଙ୍କୁ ହତ୍ୟା କରି ଘର ଭିତରେ ପୋତିଦେଲା ବିଧର୍ମୀ ପ୍ରେମିକ

ମିରଟରେ ଘଟିଛି ଏକ ବର୍ବର ଘଟଣା । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ବ୍ୟତୀତ ହତ୍ୟା ଘଟଣା ଲୁଚାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତା’ର ପ୍ରଥମ ପତ୍ନୀକୁ ମଧ୍ୟ ଗିରଫ କରିଛି । ମୁସଲମାନ ସମ୍ପ୍ରଦାୟର ଜଣେ ଯୁବକ ନିଜକୁ ହିନ୍ଦୁ ପରିଚୟ ଦେଇ ଜଣେ ମହିଳାଙ୍କୁ ବିବାହ କରିବା ଏବଂ  ପରେ ସମ୍ପୃକ୍ତ ମହିଳା ଓ ତାଙ୍କର ଝିଅକୁ ମାରି ମାଟିତଳେ ପୋତି ଦେବା ପରି ଘଟଣା ଘଟାଇଛି ଏହି ବ୍ୟକ୍ତି ।

ଘଟଣାଟି ଏମିତି । ଗାଜିଆବାଦରେ ରହୁଥିବା ପ୍ରିୟା ନାମ୍ନୀ ଜଣେ ମହିଳାଙ୍କର ୧୦ ବର୍ଷ ତଳେ ଛାଡ଼ପତ୍ର ହୋଇ ଯାଇଥିଲା। ତେଣୁ ସେ ତାଙ୍କର ଏକମାତ୍ର ଝିଅକୁ ଧରି ଏକାକୀ ରହୁଥିଲେ ଓ ମୋଦୀନଗର ଅଞ୍ଚଳରେ ଏକ ବ୍ୟୁଟି ପାର୍ଲର ଚଳାଉଥିଲେ। ଏହି ସମୟରେ ଫେସବୁକ ଜରିଆରେ ତାର ଅମିତ୍ ନାମକ ଜଣେ ଯୁବକ ସହ ପରିଚୟ ହୋଇଥିଲା । ଏହି ପରିଚୟ କିଛିଦିନରେ ପ୍ରେମରେ ପରିବର୍ତନ ହୋଇ ଯାଇଥିଲା । ଅମିତ୍ ଓ ପ୍ରିୟା ପତି-ପତ୍ନୀ ପରି କାଂଶୀରାମ କଲୋନୀରେ ଲିଭ୍ ଇନ୍ ରିଲେସନରେ ରହିବାରେ ଲାଗିଲେ । ମାତ୍ର ପ୍ରାୟ ବର୍ଷକ ତଳେ ଅମିତର ଅସଲ ପରିଚୟ ପ୍ରିୟାକୁ ଜଣାପଡ଼ିଲା । ବାସ୍ତବରେ ଅମିତର ଘର ପରତାପୁର ଥାନା ଅଞ୍ଚଳରେ ଓ ତାର ଅସଲ ନାମ ଶମସାଦ । ଏହା ଜାଣିବା ପରେ ପ୍ରିୟା ଖରଖୌଦା ଥାନାରେ ଅମିତ୍ ଓରଫ୍ ଶମସାଦ୍ ନାଁ ଏକ ଏତଲା  ଦାୟର କଲା । ମାମଲା ରୁଜୁ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତିବା ପାଇଁ ଶମସାଦ ପ୍ରିୟାକୁ ଫୁସୁଲାଇ ବୁଝାମଣା କରିନେଲା ଓ ତାକୁ ନିଜ ସାଙ୍ଗରେ ଭୁଡ଼ବରାଳରେ ନିଜ ଘରକୁ ନେଇଗଲା । ମାତ୍ର ଏହାପରେ ପ୍ରିୟା ଓ ତାଙ୍କର ଝିଅଙ୍କ ପତ୍ତା ମିଳିଲା ନାହିଁ । ଗତ ୧୪ ତାରିଖରେ ପ୍ରିୟାଙ୍କର ଜଣେ ବାନ୍ଧବୀ ଏ ସମ୍ପର୍କରେ ପୁଲିସରେ ଏତଲା ଦେବା ପରେ ମାମଲାର ଅନୁସନ୍ଧାନ ଆରମ୍ଭ ହେଲା ।

ପୁଲିସ ଅଧୀକ୍ଷକ ଅଖିଳେଶ ନାରାୟଣ ସିଂହଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଅଭିଯୁକ୍ତ ଶମସାଦ ଘର ଉପରେ ଚଢ଼ଉ କରାଯିବା ପରେ ଗୋଟିଏ ସ୍ଥାନରେ ସନ୍ଦେହ ହୋଇଥିଲା । ଘର ମଧ୍ୟରେ ମାଟି ଖୋଳି ଶମସାଦ ପ୍ରିୟା ଓ ତାଙ୍କ ଝିଅର ଶବକୁ ପୋତି ଦେଇଥିଲା । ଫରେନସିକ ଟିମ୍ ଶବଦୁଇଟିର ଯାଞ୍ଚ ଆରମ୍ଭ କରିଛି । ଗତ ମାର୍ଚ ୨୮ ତାରିଖରେ ଶମସାଦ ପ୍ରିୟା ଓ ତାଙ୍କ ଝିଅକୁ ହତ୍ୟା କରି ମାଟିତଳେ ପୋତି ଦେଇଥିଲା ବୋଲି ଏସପି କହିଛନ୍ତି ।

ପ୍ରିୟାଙ୍କ ବାନ୍ଧବୀ ଚଞ୍ଚଲଙ୍କ ଅଭିଯୋଗ ଅନୁସାରେ ଶମସାଦ ନିଜ ଧର୍ମ ଗୋପନ ରଖି ପ୍ରିୟାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ଗତ ୫ ବର୍ଷ ଧରି ପ୍ରିୟା ସହ ଅଭିଯୁକ୍ତ ଲିଭ୍ ଇନ୍ ରିଲେସନରେ ରହୁଥିଲା । କେବଳ ସେତିକି ନୁହେଁ ଅଭିଯୁକ୍ତ ପ୍ରିୟାର ଏକ ଘର ମଧ୍ୟ ବିକ୍ରି କରି ଅର୍ଥ ହଡ଼ପ କରିଛି । ଯେତେବେଳେ ପ୍ରିୟାକୁ ଶମସାଦର ଧର୍ମ ବିଷୟରେ ଜଣାପଡ଼ିଛି, ସେତେବେଳ ତାକୁ ହତ୍ୟା କରାଯାଇଛି ବୋଲି ଚଞ୍ଚଲ କହିଛନ୍ତି ।

Comments are closed.