୨୦୦ ଟଙ୍କିଆ ଲଟେରିରୁ ୧.୫୦ କୋଟି ଟଙ୍କା ଜିତିଲେ ଦିନ ମଜୁରିଆ

0

ନୂଆଦିଲ୍ଲୀ : କଥାରେ ଅଛି ଯତେବେଳେ ତମ ଭାଗ୍ୟ ଆସି ଦୁଆର ଠକ୍‍ ଠକ୍‍ କରିବ ସେତେବେଳେ ସବୁ କିଛି ବଦଳି ଯିବ। ଏପରି ଏକ ଘଟଣା ଘଟିଛି ପଞ୍ଜାବର ଜଣେ ଦିନ ମଜୁରିଆଙ୍କ କ୍ଷେତ୍ରରେ। ସାଙ୍ଗରୁର ଜିଲା ମାଣ୍ଡାଭି ଗ୍ରାମର ମନୋଜ ଜଣେ ଶ୍ରମିକ। ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ଭାଗ୍ୟ ଓ ଲଟେରି ଉପରେ ସେ ବିଶ୍ୱାସ ରଖୁଥିଲେ। ତେଣୁ ସେ ପ୍ରାୟ ସମୟ ଲଟେରି ଟିକେଟ୍‍ କିଣୁଥିଲେ। ମାତ୍ର ଚଳିତ ଥର ଲଟେରି ଟିକେଟ୍‍ ତାଙ୍କ ଭାଗ୍ୟ ପରିବର୍ତ୍ତିତ କରିଦେଇଛି। ମାତ୍ର ୨୦୦ ଟଙ୍କିଆ ଲଟେରି ଟିକେଟ୍‍ରେ ସେ ୧.୫୦ କୋଟି ଟଙ୍କା ଜିତି ପାରିଛନ୍ତି। ମନୋଜକ ଲଟେରି ଜିତିବା ପରେ କହିଛନ୍ତି ଯେ ତାଙ୍କ ପାଖରେ ଲଟେରି କିଣିବା ପାଇଁ ଅର୍ଥ ନଥିଲା। ତେଣୁ ସେ ଜଣେ ସାଙ୍ଗଠାରୁ ଟଙ୍କା ଧାର ଆଣି ଲଟେରି ଟିକେଟ୍‍ କିଣିଥିଲେ। ଅଗଷ୍ଟ ୨୯ରେ ପଞ୍ଜାବ ରାଜ୍ୟ ଲଟେରି ପକ୍ଷରୁ ‘ରାକ୍ଷୀ ବମ୍ପର ୨୦୧୮’ ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଏହି ବିଜେିତାଙ୍କ ମଧ୍ୟରେ ପ୍ରଥମ ପୁରସ୍କାର ମନୋଜ କୁମାର ଜିତିଥିଲେ। ମନୋଜ କୁମାର ଏକାଥରେ ୧.୫୦ କୋଟି ଟଙ୍କାର ବିଜେତା ହୋଇଥିଲେ। ମନୋଜ କୁମାର ବୁଧବାର ପଞ୍ଜାବ ଲଟେରି ନିର୍ଦେଶକ ଟିପିଏସ୍‍ ଫୁଲକାଙ୍କୁ ଭେଟି ଲଟେରି ପୁରସ୍କାର ପାଇଁ ନିଜ ଦାବି ଉପସ୍ଥାପନ କରିଥିଲେ ଓ ଏନେଇ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ଏହି କ୍ରମରେ ମନୋଜ କୁମାରଙ୍କ ଦାବିକୁ ଗୁରୁବାର ବୈଧ ଘୋଷଣା କରାଯାଇଛି। ଏବେ ମନୋଜ ଏବଂ ତାଙ୍କ ପରିବାର ଖୁସିରେ ବିଭୋର ହୋଇପଡ଼ିଛନ୍ତି। ଭାଗ୍ୟରେ ଥିଲେ ମାଟିବି ସୁନା ହୋଇଯିବାର ଉକ୍ତି ତାଙ୍କ କ୍ଷେତ୍ରରେ ସତ ହୋଇଛି ବୋଲି ସେ କହିଛନ୍ତି। ତାଙ୍କ ଭାଗ୍ୟ ୨୦୦ ଟଙ୍କାକୁ ଦେଢ କୋଟି ଟଙ୍କାରେ ପରିବର୍ତ୍ତିିତ କରିଦେଇଛି।

Leave A Reply