କୁନି ଝିଅ ହର୍ଷାଳୀଙ୍କ ପାଇଁ ନୂଆ ସୁଯୋଗ

୨୦୧୫ରେ କବୀର ଖାନ୍ ନିର୍ଦେଶିତ ‘ବଜରଙ୍ଗୀ ଭାଇଜାନ୍’ର ମୁଖ୍ୟ ଆକର୍ଷଣ ଥିଲେ ହର୍ଷାଳୀ ମଲହୋତ୍ରା। ସଲମାନ୍ ଖାନ୍, କରୀନା କପୁର ଖାନ୍ ଅଭିନୟ କରିଥିବା ଏଇ ଚଳଚ୍ଚିତ୍ରରେ ହର୍ଷାଳୀ ‘ମୁନ୍ନି’ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ମାତ୍ର ୭ ବର୍ଷ ହୋଇଥିଲା ହର୍ଷାଳୀଙ୍କୁ, ହେଲେ ନିଖୁଣତାର ସହ ସେ ଅଭିନୟ କରିଥିଲେ। ନିକଟରେ ଏକ ଅନ୍‌‌ଲାଇନ୍ ପୋର୍ଟାଲ୍‌କୁ ସାକ୍ଷାତ୍‌କାର ଦେବାବେଳେ ସେ କହିଛନ୍ତି, ତାଙ୍କୁ ଚଳିତ ବର୍ଷ ଆରମ୍ଭରୁ ଭଲଭଲ ଅଫର୍‌ମାନ ଆସୁଛି। ଏବେ ତାଙ୍କୁ ୧୨ ବର୍ଷ, ଅଭିନୟ ନୁହେଁ ବରଂ ପାଠପଢ଼ାରେ ମନଦେବାକୁ ପରିବାରଲୋକ ବୁଝାଇଛନ୍ତି। ସେ ମଧ୍ୟ ଘରଲୋକଙ୍କ ଉପଦେଶକୁ ଗ୍ରହଣ କରିଥିବାର କହିଛନ୍ତି। ନାମୀ ବ୍ରାଣ୍ଡର ବିଜ୍ଞାପନରେ ମଧ୍ୟ ହର୍ଷାଳୀଙ୍କୁ ସୁଯୋଗ ମିଳୁଥିବାବେଳେ ସେ ଆଦୌ ବ୍ୟସ୍ତ ନୁହନ୍ତି। ସଲମାନ୍‌‌ଙ୍କୁ ସେ ଅଙ୍କଲ୍ ଡାକୁଥିବାବେଳେ ରୀତିମତ ସେମାନେ ଯୋଗାଯୋଗରେ ମଧ୍ୟ ଅଛନ୍ତି। n

Comments are closed.