ରାଶି ଅନୁସାରେ କରନ୍ତୁ ଶିବପୂଜା ମିଳିବ ଶୁଭଫଳ

ରାଶି, ନକ୍ଷତ୍ର ଦ୍ବାରା ମଣିଷର କାର୍ଯ୍ୟଧାରା ପରିଚାଳିତ ହୋଇଥାଏ। ​ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମହାଶିବରାତ୍ରିର ପବିତ୍ର ଅବସରରେ ରାଶି ଅନୁସାରେ ମହାଦେବଙ୍କୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କଲେ ଶୁଭଫଳ ପ୍ରାପ୍ତି ହେବ।

ମେଷ: ଶିବରାତ୍ରି ଅବସରରେ କଞ୍ଚାକ୍ଷୀର ଏବଂ ଦହି ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଦୁଦୁରା ଅର୍ପଣ କରିବା ସହ କର୍ପୂର ଜଳାଇ ଆରତି କରିବେ।

ବୃଷ: ଶିବଲିଙ୍ଗଙ୍କୁ ଆଖୁ ରସରେ ସ୍ନାନ କରାଇବା ସହ ମଲ୍ଲୀ ଅତର ଅର୍ପଣ କରନ୍ତୁ ଏବଂ ଦୀପ ଜଳାଇ ଆରତି କରିବେ।

ମିଥୁନ: ଶିବରାତ୍ରିରେ ସ୍ଫଟିକ ଶିବଲିଙ୍ଗଙ୍କୁ ପୂଜା କରିବା ସହ ନାଲି ଅବିର, କୁମ୍‌କୁମ, ଚନ୍ଦନ ଏବଂ ଅତର ସହ ଅରଖ ଫୁଲ ଅର୍ପଣ କରନ୍ତୁ।

କର୍କଟ: ଶିବରାତ୍ରି ଅବସରରେ ଅଷ୍ଟଗନ୍ଧ ଚନ୍ଦନରେ ମହାଦେବଙ୍କର ଅଭିଷେକ କରନ୍ତୁ। କୋଳି ଏବଂ ଅଟାରେ ତିଆରି ରୁଟି ଭୋଗ ଲଗାଇ ଆରତି କରନ୍ତୁ।

ସିଂହ: ଫଳରସରେ ମିଶ୍ରି ମିଶାଇ ମହାଦେବଙ୍କ ଅଭିଷେକ କରିବା ସହ ଅରଖ ଫୁଲ ଅର୍ପଣ କରି ମିଷ୍ଟାନ୍ନ ଭୋଗ କରିବେ।

କନ୍ୟା: କୋଳି, ଦୁଦୁରା, ବିଜୟା ବା ଭାଙ୍ଗ ସହ ଅରଖ ଫୁଲ ଅର୍ପଣ କରିବେ। ବେଲପତ୍ର ଚଢାଇ ମିଷ୍ଟାନ୍ନ ଭୋଗ କରନ୍ତୁ।

ତୁଳା: ଭିନ୍ନଭିନ୍ନ ପୁଷ୍ପର ଜଳ ମିଶାଇ ଶିବଲିଙ୍ଗଙ୍କୁ ସ୍ନାନ କରାନ୍ତୁ। ବେଲ, ମଲ୍ଲୀ, ଗୋଲାପ, ଅକ୍ଷତ ଏବଂ ଚନ୍ଦନ ଅର୍ପଣ କରିବେ।

ବିଛା: ଶୁଦ୍ଧ ଜଳରେ ଶିବଲିଙ୍ଗଙ୍କୁ ସ୍ନାନ କରାଇବା ସହ ମହୁ ଏବଂ ଘିଅରେ ଦ୍ବିତୀୟବାର ସ୍ନାନ କରାଇ ପୁଣି ଜଳରେ ସ୍ନାନ କରାଇବେ। ଏହାପରେ ଆରତି କରନ୍ତୁ।

ଧନୁ: ଅକ୍ଷତରେ ଶିବଲିଙ୍ଗଙ୍କ ଶୃଙ୍ଗାର କରିବା ସହ ଡ୍ରାଏଫ୍ରୁଟ୍‌ସ ଭୋଗ କରନ୍ତୁ। ଶୃଙ୍ଗାର କାର୍ଯ୍ୟରେ ବେଲପତ୍ର, ଗୋଲାପ ଆଦି ବ୍ୟବହାର କରିପାରିବେ। ଏହାପରେ ଆରତି କରନ୍ତୁ।

ମକର: ଶିବଲିଙ୍ଗଙ୍କୁ ଗହମରେ ଢାଙ୍କି ପୂଜା କରିବା ପରେ ଏହି ଗହମ ଅଭାବୀ ମଣିଷଙ୍କୁ ଦାନ କରିଦେବେ।

କୁମ୍ଭ: ଧଳା ଏବଂ କଳା ରାଶି ମିଶାଇ ଏକାନ୍ତରେ ଥିବା କୌଣସି ଶିବଲିଙ୍ଗଙ୍କୁ ଅର୍ପଣ କରି ଆରତି କରିବେ।

ମୀନ: ଶିବରାତ୍ରି ଅବସରରେ ଅଶ୍ବତ୍‌ଥ ଗଛ ମୂଳେ ବସି ଶିବଲିଙ୍ଗଙ୍କୁ ପୂଜା କରିବା ସହ ୩୫ଥର ‘ଓଁ ନମଃ ଶିବାୟ’ ଜପ କରନ୍ତୁ। ବେଲପତ୍ର ଅର୍ପଣ କରିବା ସହ ଆରତି କରିବେ।

Comments are closed.