ସ୍ୱପ୍ନାଦେଶ ପରେ ଗଙ୍ଗାଧର ରୂପରେ ଆବିର୍ଭାବ ହେଲେ ମହାଦେବ

ଗୁଣୁପୁର : ବିଶ୍ୱସେ ମିଳନ୍ତି ହରି ତର୍କେ ବହୁଦୂର। ଯିଏ ଯେପରି ଭଗବାନଙ୍କୁ ମନ ପ୍ରାଣ ଦେଇ ଡାକିବ ଭଗବାନ ତାଙ୍କୁ ସେହିପରି ଭାବରେ ଦର୍ଶନ ଦେଇଥାନ୍ତି  l ସେମବାର ସନ୍ଧ୍ୟାରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଲିମାମେଡା ଗ୍ରାମରେ। ଏଠାରେ ପ୍ରବାହିତ ମହେନ୍ଦ୍ରତନୟା ନଦୀ କୂଳରେ ମହାଦେବଙ୍କ ଏକ ଲିଙ୍ଗର ସନ୍ଧାନ ମିଳିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଦିଲ୍ଲୀପ ଶବରଙ୍କ ଭଉଣୀ ଟୁବୁରୀ ଶବରଙ୍କୁ ଦୁଇ ମାସ ଧରି ସ୍ୱପାଦେଶ ହୋଇ ଆସୁଥିଲା। ହେଲେ ପ୍ରକୃତ ସ୍ଥାନ ଚିହ୍ନଟ କରିବାରେ ସେ ସଫଳ ହୋଇପାରି ନଥିଲେ। କିଛି ଦିନ ପୂର୍ବରୁ ପୁଣି ଥରେ ସ୍ୱପ୍ନାଦେଶ ହେବାରୁ ସପରିବାରେ ଆସି ଏହି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରିବାରୁ ଏକ ଗୋଲାକାର ପଥରାକୃତି ଶିବ ଲିଙ୍ଗ ଦେଖିବାକୁ ପାଇଥିଲେ। ଆଜି ପବିତ୍ର ସୋମବାର ହୋଇଥିବାରୁ ମିଳିଥିବା ମହାଦେବଙ୍କୁ ଗଙ୍ଗାଧର ନାମ କରଣରେ ପୂଜାର୍ଚ୍ଚନା କରିବାକୁ ସ୍ୱପ୍ନାଦେଶ ହୋଇଥିବା ଟୁବୁରୀ ପ୍ରକାଶ କରିଛନ୍ତି।

Comments are closed.