ଅଶ୍ୱତ୍ଥ ବୃକ୍ଷ ସହ ଜଡିତ ଏହି ଉପାୟ ; ଆପଣାଇଲେ ହେବେ ଲାଭବାନ

ଶନିବାର ଦିନ ଶନିଦେବଙ୍କୁ ସମର୍ପିତ। ଏହାସହ ଅଶ୍ୱତ୍ଥ ବୃକ୍ଷ ସହ ଜଡିତ କିଛି ଉପାୟ କରିବା ଦ୍ୱାରା ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ….
ନିୟମିତ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ପିତୃଦୋଷ ଦୂର ହୋଇଥାଏ। ଏହାସହ ଜଡିତ ଅନେକ ସମସ୍ୟାର ମଧ୍ୟ ସମାଧାନ ହୋଇଥାଏ।
ପ୍ରତ୍ୟେକ ଶନିବାର ସନ୍ଧ୍ୟା ସମୟରେ ସୋରିଷ ତେଲରେ ଦୀପ ଲଗାନ୍ତୁ। ୫ କିମ୍ବା ୯ ଥର ଅଶ୍ୱତ୍ଥ ବୃକ୍ଷର ପରିକ୍ରମା କରନ୍ତୁ। ଏହାଦ୍ୱାରା ଶନିଦେବଙ୍କ ଶୁଭଫଳ ପ୍ରାପ୍ତି ହୋଇଥାଏ। ପରିବାରରେ ସୁଖସମୃଦ୍ଧି ଆସିଥାଏ।
କର୍ମକ୍ଷେତ୍ରରେ ସମସ୍ୟା ଥିଲେ କିମ୍ବା ବାରମ୍ବାର ଅସଫଳତା ମିଳୁଥିଲେ ତେବେ ପ୍ରତ୍ୟେକ ଶନିବାର କ୍ଷୀରରେ ଗୁଡ,ପାଣି ମିଶାଇ ଅଶ୍ୱତ୍ଥ ବୃକ୍ଷର ମୂଳରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଖୁବ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ।
ପୂର୍ଣ୍ଣିମା ତିଥିରେ ଅଶ୍ୱତ୍ଥ ବୃକ୍ଷର ଏକ ପତ୍ର ଆଣି ଏହାକୁ ଗଙ୍ଗାଜଳରେ ଧୋଇ ସଫା କରନ୍ତୁ। ଏହା ଉପରେ କେସରରେ ଶ୍ରୀ ଲେଖି ନିଜ ପର୍ସରେ ରଖନ୍ତୁ। ଏହାଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ମଙ୍ଗଳବାର ଅଶ୍ୱତ୍ଥ ବୃକ୍ଷର ୧୧ଟି ପତ୍ର ଆଣି ଗଙ୍ଗାଜଳରେ ଧୁଅନ୍ତୁ। ଏହା ଉପରେ କେସରରେ ଶ୍ରୀ ରାମ ଲେଖି ଏହାର ଏକ ମାଳା କରି ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ। ଅଟକି ରହିଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।

 

Comments are closed.