ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବାର ସରଳ ଉପାୟ

ଧାର୍ମିକ ମାନ୍ୟତା ଅନୁଯାୟୀ, ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ପ୍ରଭୁ ହନୁମାନଙ୍କୁ ସମର୍ପିତ ଅଟେ। ଏହି ଦିନ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ …..
– ପ୍ରତିଦିନ ହନୁମାନ ଚାଳିସା ପାଠ କରନ୍ତୁ। ଏହାଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହେବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।
– ଯେଉଁମାନେ ପ୍ରତିଦିନ ପ୍ରଭୁ ଶ୍ରୀରାମଙ୍କ ନାମର ସ୍ମରଣ କରିଥାଆନ୍ତି, ସେମାନଙ୍କ ଉପରେ ପ୍ରଭୁ ହନୁମାନ ସର୍ବଦା ନିଜର କୃପା ଦୃଷ୍ଟି ରଖିଥାଆନ୍ତି।
– ପ୍ରତି ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ହନୁମାନ ଚାଳିସା ପାଠ କରିବା ସହ ନିଜ ଇଚ୍ଛା ଅନୁଯାୟୀ ଭୋଗ ଲଗାନ୍ତୁ। ବୁନ୍ଦି ଭୋଗ ଲଗାଇବା ଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହୋଇଥାଆନ୍ତି।
– ପ୍ରଭୁ ହନୁମାନଙ୍କ ନିକଟରେ ବେସନରେ ପ୍ରସ୍ତୁତ ଲଡୁ ମଧ୍ୟ ଭୋଗ ଲଗାଇପାରିବେ।
– ମଙ୍ଗଳବାର ଦିନ ସମ୍ଭବତଃ ସୁନ୍ଦରାକାଣ୍ଡ ପାଠ କରନ୍ତୁ। ଏହା ପାଠ କରିବା ଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହେବା ସହ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଥାଏ।

Comments
Loading...