ବୁଧବାର ବିଶେଷ : ଆପଣାନ୍ତୁ ଏହି ଉପାୟ, ପୂରଣ ହେବ ମନସ୍କାମନା

୧- ଏହି ଦିନ ପ୍ରଭୁ ଗଣେଶଙ୍କୁ ନିଶ୍ଚୟ ପୂଜା କରନ୍ତୁ। ମନ୍ଦିର ଯାଇ ପ୍ରଭୁ ଗଣେଶଙ୍କୁ ୧୧ଟି କିମ୍ବା ୨୧ଟି ଦୁବ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
୨- ବୁଧବାର ଦିନ ଅସହାୟଙ୍କୁ ମୁଗ ଡ଼ାଲି ଦାନ କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ।
୩- ଯେଉଁ ମାନଙ୍କ ଜାତକରେ ବୁଧ ଗ୍ରହଙ୍କ ସ୍ଥିତି ସଠିକ ନଥାଏ ,ସେମାନେ ଏହି ଦିନ ପ୍ରଭୁ ଗଣେଶଙ୍କୁ ମୋଦକ ଭୋଗ ଲଗାନ୍ତୁ। ଏହାଦ୍ୱାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ।
୪ – ହିନ୍ଦୁ ଧର୍ମରେ ଗାଈଙ୍କୁ ଗୋମାତା କୁହାଯାଏ। ବୁଧବାର ଦିନ ଗାଈଙ୍କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ଦେବାଦେବୀଙ୍କ କୃପା ପ୍ରାପ୍ତି ହୋଇଥାଏ। ସବୁଜ ଘାସ ନ ମିଳିଲେ ରୁଟି ମଧ୍ୟ ଗାଈଙ୍କୁ ଖାଇବାକୁ ଦେଇପାରିବେ।
୫ – ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହେବା ସହ ମନସ୍କାମନା ପୂରଣ ହୋଇଥାଏ।

Comments are closed.