ବେଡସିଟ୍‍ ବ୍ୟବସାୟ ନାମରେ ବୁଲୁଛନ୍ତି ଚୋରଦଳ, ସାବଧାନ କରାଇଲା ପୁଲିସ

ବୌଦ୍ଧ : ସଂପ୍ରତି ଶସ୍ତାରେ ବେଡସିଟ୍‍ ବିକ୍ରୟ କରିବା ବାହାନାରେ କିଛି ବ୍ୟକ୍ତି ବିଶେଷ ଘର ଘର ବୁଲି ଲୋକଙ୍କ ଘରୁ ଚୋରୀ କରୁଥିବା ଘଟଣା ପଦାକୁ ଆସିବାପରେ ପୁଲିସ ପକ୍ଷରୁ ଏନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି। ଏହି ଗ୍ୟାଙ୍ଗର ପ୍ରାୟ ୨୬ ଜଣ ସଦସ୍ୟଙ୍କ ଫଟୋ ପୁଲିସ ପକ୍ଷରୁ ଜାରି କରାଯିବା ସହିତ ଦିନରେ ବେଡସିଟ୍‍ ବିକ୍ରୟ ନାମରେ ବୁଲୁଥିବା ଏହି ଗ୍ୟାଙ୍ଗ ବିଭିନ୍ନ ଲୋକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବାପରେ ରାତ୍ରିରେ ଚୋରୀ କରୁଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ଜାତ ହେଲେ ତୁରନ୍ତ ନିକଟସ୍ଥ ଥାନାକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। କିଛିଦିନ ହେଲା ବୌଦ୍ଧ ଜିଲ୍ଳାରେ ଚୋରୀ, ଡକାୟତି, ସିନ୍ଧି ଚୋରୀ, ଡିକିଭାଙ୍ଗି ଟଙ୍କା ଚୋରୀ ଆଦି ଘଟଣା ବୃଦ୍ଧି ପାଇଚାଲିଥିବା ବେଳେ ପୁଲିସର ଏହି ସତର୍କତା ଜାରି ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।

Comments are closed.